Categories: ଜାତୀୟ

ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀ ଜେଲରେ, ଜଣଙ୍କୁ ରାଷ୍ଟ୍ରପତିଙ୍କଠାରୁ ମିଳିଛି ସମ୍ମାନ

ନୂଆଦିଲ୍ଲୀ,୨୭ ।୧୦: କତରି ଏମିରି ନୌସେନାକୁ ପ୍ରଶିକ୍ଷଣ ଓ ଅନ୍ୟ ସେବା ପ୍ରଦାନ କରୁଥିବା କମ୍ପାନୀ ସହ କତରରେ କାମ କରୁଥିବା ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ଜେଲରେ ରହିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୋହାରେ ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ସୂଚନା ରହିଛି । ଏହି ଘଟଣାକୁ ନେଇ ମଙ୍ଗଳବାର ୨୫ ଅକ୍ଟୋବରରେ ମିତୁ ଭାର୍ଗବଙ୍କ ଏକ ଟୁଇଟରୁ ଏହା ଜଣାପଡିଥିଲା । ସେ ଟୁଇଟରେ ଲେଖିଥିଲେ ସମସ୍ତେ ଦୋହାରେ ୫୭ ଦିନ ହେବ ଅବୈଧ ଭାବେ ବନ୍ଦ ହୋଇ ରହିଛନ୍ତି । ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ଓ ବୈଦେଶିକମନ୍ତ୍ରି ଏସ ଜୟଶଙ୍କର, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦିପ ପୁରିଙ୍କ ସହ ଆଉ କେତେଜଣ ମନ୍ତ୍ରୀଙ୍କୁ ଟ୍ୟାଗ କରାଯାଇଛି ।

Share