ଲକ୍ଷ୍ନୌ,୧୦ ।୧: କରୋନାର ତୃତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଦୈନିକ ସଂକ୍ରମଣ ହଜାର ହଜାର ସଂଖ୍ୟାରେ ଆସୁଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟି ଯାଇଛି । ତୃତୀୟ ଲହରରେ ୮ ବିଚାରପତି କରୋନା ମହାମାରୀରେ ସଂକ୍ରମିତ ହେବା ପରେ ଆହ୍ଲାବାଦ ହାଇକୋର୍ଟର ପ୍ରଶାସନ ଆହ୍ଲାବାଦ ହାଇକୋର୍ଟ ଓ ଲକ୍ଷ୍ନୌପୀଠରେ ୧୦ ଜାନୁୟାରୀରୁ କେବଳ ଭର୍ଚୁଆଲ ଶୁଣାଣି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ରବିବାର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ବିଚାରପତି ଓ ବାରର ପ୍ରତିନିଧିଙ୍କର ହୋଇଥିବା ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।