Advertisement
Categories: ରାୟଗଡା

ବିଷାକ୍ତ ଛତୁ ଖାଇ ପରିବାରର ୮ ଅସୁସ୍ଥ

ଟିକିରି/ରାୟଗଡ଼ା ଅଫିସ,୩୦।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ପାଇକସୁପେଲ ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ସଦସ୍ୟ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ଗାଁର ଜଗବନ୍ଧୁ ନାୟକ ତନଖ ନାୟକ, ହୃଷି ନାୟକ, ପାର୍ବତୀ ନାୟକ, ନୀଳାଦ୍ରି ନାୟକ, ସୃତି ନାୟକ, ସୁବାସ ନାୟକ ଓ ମହେଶ୍ୱର ନାୟକ। ରାତିରେ ଘରେ ରୋଷେଇ ହୋଇଥିବା ଛତୁ ପରିବାରର ସମସ୍ତେ ଖାଇ ଶୋଇଥିଲେ। ଅଧାରାତିରେ ସମସ୍ତଙ୍କ ପେଟବ୍ୟଥା ସହ ଝାଡ଼ାବାନ୍ତି ହୋଇଥିଲା। ଫଳରେ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତରଖାନାର ଇନ୍‌ଚାର୍ଜ ନେତ୍ରାନନ୍ଦ ନାୟକ କହିଛନ୍ତି। ସଚେତନତା ଅଭାବ ଯୋଗୁ ଆଦିବାସ ଅଞ୍ଚଳର ଲୋକେ ବିଭିନ୍ନ ସମୟରେ ବିଷାକ୍ତ ଛତୁ, ଆମ୍ବ ଟାକୁଆ ଆଦି ଖାଇ ଅସୁସ୍ଥ ହେଉଛନ୍ତି। ଏ ଦିଗରେ ସଚେତନତର ଆବଶ୍ୟକତା ରହିଥିବା ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel