Categories: ଜାତୀୟ

ଡ୍ୟାମ୍‌ରେ ବୁଡ଼ିଲା ବୋଟ୍‌: ଗୋଟିଏ ପରିବାରର ୮ ମୃତ

କୋଡରମା,୧୭।୭: ଝାଡ଼ଖଣ୍ଡର ଗିରିଡିହ ପଞ୍ଚିଖେରୋ ଡ୍ୟାମ୍‌ରେ ରବିବାର ଏକ ବୋଟ୍‌ ବୁଡ଼ି ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗିରିଡିହ ଅଞ୍ଚଳର ଏକ ପରିବାର ବୁଲିବା ପାଇଁ ଆସିଥିଲେ। ହେଲେ ରବିବାର ମଧ୍ୟାହ୍ନରେ ପରିବାର ଲୋକେ ଏକ ବୋଟ୍‌ରେ ଓ୍ବାଟର ରାଇଡ୍‌ର ମଜା ନେଉଥିଲେ। ସେତିବିବେଳେ ହଠାତ୍‌ ବୋଟ୍‌ଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଫଳରେ ପରିବାରର ୮ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ହେଲେ ପରିବାର ଜଣେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ମାରକାଚୋ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଖବର ପାଇ ଜିଲା ପ୍ରଶାସନିକ ଧିକାରୀ ପହଞ୍ଚି ଏନଡିଆରଏଫ୍‌ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲେ। ଡ୍ୟାମରେ ପବନ ସାଙ୍ଗକୁ ବନ୍ୟା ଜଳ ପସିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

Share