Categories: ଜାତୀୟ

କର୍ନାଟକ ଉପ ମୁଖ୍ୟମନ୍ତ୍ରୀଙ୍କ ପରିବାରର ୮ ସଦସ୍ୟଙ୍କୁ କରୋନା

ବେଙ୍ଗାଲୁରୁ, ୧୯।୧୦-କର୍ନାଟକ ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜୋଲଙ୍କ ପରିବାରର ୮ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୋବିନ୍ଦଙ୍କ ପୁଅ ଗୋପାଲ କାରଜୋଲଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଚିକିତ୍ସା ପାଇଁ ସ୍ବତନ୍ତ୍ର ବିମାନରେ ପଠାଯାଇଛି। ଦୀର୍ଘ ୨୩ ଦିନ ହେବ ସେ ବେଙ୍ଗାଲୁରୁ ସ୍ଥିତ ଏକ ଡାକ୍ତରଖାନାରେ ଭେଣ୍ଟିଲେଟରରେ ଚିକିତ୍ସାଧିନ ଥିଲେ।
ସୂଚନାଯୋଗ୍ୟ, ନିକଟରେ ମହାମାରୀ କରୋନାରେ କର୍ନାଟକ ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜୋଲ ଆକ୍ରାନ୍ତ ହୋଇଥିଲେ। ସେ ୧୯ ଦିନ ଧରି ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ। କରଜୋଲ ବିଧାୟକ ଭାବେ ବାଗାଲକୋଟର ମୁଦୋଲ ଆସନରୁ ନିର୍ବାଚିତ ହୋଇଛନ୍ତି।

Share