ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୮ ସୈନ୍ୟ ମୃତ

ଇସଲାମାବାଦ,୧୫।୪: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ୮ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଉତ୍ତର ୱାଜିରସ୍ତାନରେ ଦୁଇଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଉତ୍ତର ୱାଜିରସ୍ତାନର ଡାଟାଖେଲା ତହସିଲରେ ପ୍ରଥମ ଆକ୍ରମଣ ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ ଈଶାମ ଅଞ୍ଚଳରେ ହୋଇଥିଲା। ଏହି ସମୟରେ ଜଣେ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି।
ସୂଚନାଯୋଗ୍ୟ, ଆଫଗାନିସ୍ତାନ ସୀମାରେ ଅବସ୍ଥିତ ଡାଟାଖେଳା ି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ପ୍ୟାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାଦେ ଗ୍ରେନେଡ ମାଡ କରିଥିଲେ।

Share