Categories: ଜାତୀୟ

ବଜ୍ରପାତରେ ୧୮ ହାତୀ ମୃତ

ଗୁଆହାଟୀ,୧୪ା୫:ଆସାମର ନଗାଓଁ ଜିଲା ପାର୍ବତ୍ୟାଞ୍ଚଳରେ ଯାଇଛି ୧୮ ହାତୀଙ୍କ ଜୀବନ। କୁଣ୍ଡୋଲି ପ୍ରପୋଜ୍‌ଡ ରିଜର୍ଭ ଫରେଷ୍ଟ (ପିଆର୍‌ଏଫ୍‌)ରେ ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ଏତେ ସଂଖ୍ୟକ ହାତୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବଜ୍ରପାତରେ ହାତୀ ପଲର ଜୀବନ ଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ପ୍ରକୃତ କାରଣ ସ୍ପଷ୍ଟ କରିବା ଲାଗି ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଗୁରୁବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
କୁଣ୍ଡୋଲି ଜଙ୍ଗଲରେ ହାତୀ ପଲ ବୁଲୁଥିବାବେଳେ ବୁଧବାର ରାତିରେ ହଠାତ୍‌ ବଜ୍ରପାତ ହୋଇଥିଲା। ଏଥିରେ ୧୮ ହାତୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ ଓ ଜିଲା ପ୍ରଶାସନ ଟିମ୍‌ ସେଠାକୁ ଯିବା ପାଇଁ ବାହାରିଥିଲା। ଏହା ଘଞ୍ଚ ଜଙ୍ଗଲ ହୋଇଥିବାରୁ ପହଞ୍ଚତ୍ବାରେ ବିଳମ୍ବ ହୋଇଥିଲା। ଗୁରୁବାର ଅପରାହ୍ନରେ ବନ ଅଧିକାରୀମାନେ ସେଠାରେ ପହଞ୍ଚତ୍ ହାତୀଙ୍କ ମୃତଦେହଗୁଡ଼ିକୁ ଜବତ କରିଛନ୍ତି। ୧୪ ହାତୀ ପର୍ବତ ଉପରେ ମରିପଡ଼ିଥିବାବେଳେ ଆଉ ୪ ହାତୀଙ୍କ ମୃତଦେହ ତଳେ ଠାବ କରାଯାଇଥିଲା। ବ୍ୟବଚ୍ଛେଦ ଓ ଅଧିକ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଆସାମର ବଣ୍ୟପ୍ରାଣୀ ଓ୍ବାର୍ଡେନ୍‌ ଏମ୍‌.କେ. ଯାଦବ କହିଛନ୍ତି।
ବିଶ୍ୱ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ (କେଏନ୍‌ପି ଆଣ୍ଡ ଟିଆର୍‌) ହେଉଛି ଭାରତରେ ଥିବା ପ୍ରାକୃତିକ ଓ ପରିବେଶ ବର୍ଗର ୭ ୟନେସ୍କୋ ଐତିହ୍ୟସ୍ଥଳ ମଧ୍ୟରୁ ଅନ୍ୟତମ। ଏହା ଆସାମର ନଗାଓଁ ସମେତ ୫ ଜିଲାରେ ଅସୁଛି।

Share