ଭୁବନେଶ୍ୱର,୨୭।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘କିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ’ର ଅଷ୍ଟାଦଶ ବାର୍ଷିକ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି କିଟ୍ର ପ୍ରତିଷ୍ଠାତା ସଭ୍ୟ ଏବଂ ବିଦ୍ୟାଳୟର ଚେୟାରମ୍ୟାନ ଡ. ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଓ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଓଡ଼ିଶାର ଜଣାଶୁଣା ଅର୍ଥନୀତିଜ୍ଞ ପ୍ରଫେସର ଡ. କୁମରବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଅନେକ କଥା କହିବା କହିଥିଲେ। ଏପରିକି ବର୍ତ୍ତମାନର ବୋଉ ଡାକରୁ ମମି ଡାକ ପର୍ଯ୍ୟନ୍ତ ସାଂସ୍କୃତିକ ଶୈକ୍ଷିକ ଅବକ୍ଷୟ କିପରି ହେଉଛି ଏବଂ ଏଥିପାଇଁ ମାତାପିତାଙ୍କ ଭୂମିକା, ମୌଳିକ ଶିକ୍ଷା ପରିବର୍ତ୍ତେ ଅଧିକ ମାର୍କ ପଛରେ ଗୋଡାଉଥିବା ବ୍ୟବସ୍ଥାକୁ ସୁନ୍ଦର ଭାବରେ ବୁଝାଇଥିଲେ। ସେହିଭଳି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ତଟରକ୍ଷୀ ବାହିନୀର ଡିଆଇଜି ସନାତନ ଜେନା ଶ୍ରୀମଦ୍ ଭଗବତ ଗୀତା କିପରି ଆମ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରେ ସେ ବିଷୟରେ ଜେନା ଅତି ନିଖୁଣ ଭାବେ ବର୍ଣ୍ଣନା କରିଥିଲେ। ପରିଶେଷରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ବିଜ୍ଞାନୀ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ଉତ୍ସବର ପ୍ରଥମ ଦିନରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଏକ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏପରିକି ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ରାମନାଥ ମହାପାତ୍ର ଏହାର ବିଚାରକ ରୂପେ ଯୋଗ ଦେଇ ସଫଳ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରିଥିଲେ।