ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଏଣିକି ଅଫଲାଇନ୍ରେ ଚାଲିବ ଶ୍ରେଣୀଗୃହ। ଦଶହରା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ। କୋଭିଡ୍ ଗାଇଡଲାଇନ୍ ଅନୁସାରେ ଶ୍ରେଣୀଗୃହରେ ପାଠପଢ଼ିିବେ ଛାତ୍ରୀଛାତ୍ର। ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ।
ସୂଚନାନୁସାରେ, ପୂର୍ବରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଅଫଲାଇନ୍ରେ ଚାଲିଥିଲା। କରୋନା ମହାମାରୀ କାରଣରୁ ରାଜ୍ୟରେ ସ୍କୁଲ, କଲେଜ ସ୍ବାଭାବିକ ଭାବରେ ଚାଲିପାରୁନଥିଲା। ବିଦ୍ୟାର୍ଥୀମାନେ ଘରେ ରହି ଅନଲାଇନ୍ରେ ପାଠପଢ଼ୁଥିଲେ। ତେବେ ପୂଜାଛୁଟି ପରେ ସ୍କୁଲ ଖୋଲିବା ନେଇ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।