ଘରେଥିଲେ ଅଷ୍ଟମ ବାଟାଲିୟନ ସିପାହୀ: କାର୍ଯ୍ୟରେ ଯୋଗ ଦେବା ବେଳକୁ ଜଣାପଡ଼ିଲା କରୋନା ଆକ୍ରାନ୍ତ

ଗଞ୍ଜାମ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଗସ୍ତି ନୂଆ ଗାଁ ସ୍ଥିତ ଅଷ୍ଟମ ବାଟାଲିୟନର ଜଣେ ସିପାହୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ଛୁଟିରେ ଘରେ ରହିଥିଲେ । କାର୍ଯ୍ୟରେ ଯୋଗ ଦେବା ପାଇଁ ହେଲେ କୋଭିଡ-୧୯ ଟେଷ୍ଟ କରିବାକୁ ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସେ ଗତ ଗୁରୁବାର ଛତ୍ରପୁର ସାଇନ୍ସ କଲେଜରେ ସ୍ବାବ ଟେଷ୍ଟ କରିଥିଲେ । ସୋମବାର ତାଙ୍କର ରିପୋର୍ଟ ପଜିଟିଭ ଥିବା ଜଣା ପଡିଥିଲା ବୋଲି ସନ୍ତୋଷପୁର ସରପଞ୍ଚ ଡି. ନିରଞ୍ଜନ ରେଡ୍ଡୀ ସୂଚନା ଦେଇଛନ୍ତି । ତାଙ୍କୁ ସନ୍ତୋଷପୁର ପଞ୍ଚାୟତ କାର୍ତ୍ତିକୀରୁ ଶିତଳାତପଲ୍ଲୀ କୋଭିଡ ସେଣ୍ଟରକୁ ପଠା ଯାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ତାଙ୍କ ଭାଇ ମଧ୍ୟ ଅଷ୍ଟମ ବାଟାଲିୟନରେ କାର୍ଯ୍ୟ। କରନ୍ତି  ସେ ମଧ୍ୟ ଘରେ ଅଛନ୍ତି।

Share