ଭୟରେ ଗାଁ ଛାଡ଼ିଲେ ୮୫ ପରିବାର

ଚିତ୍ରକୋଣ୍ଡା, ୪।୨(ଡି.ଏନ୍‌.ଏ.): ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ୧୨ଟି ଗ୍ରାମର ୮୫ ପରିବାର ମାଓବାଦୀ ଭୟରେ ଏବଂ କାମଧନ୍ଦା ଅଭାବରୁ ଭିଟାମାଟି ଛାଡିଛନ୍ତି। ଗତ ଦୁଇ ଦିନ ହେଲା ସେମାନେ ଚିତ୍ରକୋଣ୍ଡା ରାଜଲକୋଣ୍ଡା ନିକଟସ୍ଥ ବଡ଼ଫାର୍ମ ପାଖ ଜଙ୍ଗଲରେ ଅସ୍ଥାୟୀ ଭାବରେ ଜରିବାନ୍ଧି ରହୁଛନ୍ତି। ଉକ୍ତ ସରକାରୀ ଜମିରେ ରାଜଲକୋଣ୍ଡା ଗ୍ରାମବାସୀ ଆଗରୁ ଚାଷବାସ କରୁଥିଲେ। ଉକ୍ତ ଜମିରେ ସେମାନେ ଆସି ରହିଥିବାରୁ ରାଜଲକୋଣ୍ଡା ଗ୍ରାମବାସୀ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭଙ୍କୁ ଲିଖିତ ଭାବେ ଜଣାଇଥିଲେ। ଖବର ପାଇ ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ଥଇଥାନ କରିବା ପାଇଁ ତହସିଲଦାର ଟି. ପଦ୍ମନାଭ ଦୋରା ଏବଂ ପୋଲିସ ପ୍ରଶାସନ ପହଞ୍ଚିଛନ୍ତି। ବିସ୍ଥାପିତ ଗ୍ରାମବାସୀଙ୍କ ସହ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟରେ ଆଲୋଚନା ଜାରିରହିଛି l

Share