ବୋଲ ମାନୁନି ପ୍ରେମ: ବିଗ୍‌ବସ୍‌ରୁ ବାହାରି ରୋମାଣ୍ଟିକ୍‌ ହେଲେ ପବିତ୍ରା-ଏଜାଜ୍‌

ବମ୍ବେ: କଳହ ସାଙ୍ଗକୁ ରୋମାନ୍ସକୁ ନେଇ ଚର୍ଚ୍ଚାରେ ରହିଥାଏ ବିଗ୍‌ବସ୍‌। ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀ ଦର୍ଶକଙ୍କୁ ମନୋରଞ୍ଜନ କରିବାର କୌଣସି ସୁଯୋଗ ଛାଡ଼ି ନ ଥାନ୍ତି। ଗତ ବର୍ଷ ସିଦ୍ଧାର୍ଥ ଶୁକ୍ଳା-ଶେହନାଜ ଗିଲ୍‌ଙ୍କ ଯୋଡ଼ି ଶୋ’ର ଟିଆରପି ବଢ଼ାଇଥିବା ବେଳେ ଚଳିତ ୧୪ତମ ସିଜନ୍‌ରେ ଆଉ ଏକ ଯୋଡ଼ି ଚର୍ଚ୍ଚାରେ। ଏଜାଜ୍‌ ଖାନ୍‌-ପବିତ୍ରା ପୁନିୟା ପ୍ରଥମରୁ ଜଣେ ପରସ୍ପରକୁ ପସନ୍ଦ କରୁ ନ ଥିଲେ। ହେଲେ ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଛି।

ପ୍ରଥମେ ଶୋ’ରୁ ପବିତ୍ରା ବାହାର ହେବା ପରେ ଏଜାଜ୍‌ ତାଙ୍କୁ ଝୁରି ହୋଇଥିଲେ। କେତେବେଳେ ତାଙ୍କ ଫଟୋ ସହ କଥା ହେଉଥିଲେ ତ କେତେବେଳେ ଗୀତ ଗାଇ ତାଙ୍କୁ ମନେ ପକାଉଥିବା କହୁଥିଲେ। ଏହାକୁ ଦୃଷ୍ଟିରେ ରଖି ଶୋ’କୁ ତାଙ୍କୁ ଅତିଥି ଭାବେ ଆସିବାକୁ କୁହାଯାଇଥିଲା। ପବିତ୍ରାଙ୍କୁ ପୁଣିଥରେ ଦେଖି ଭାବବିହ୍ବଳ ହୋଇଯାଇଥିଲେ ଏଜାଜ୍‌। ଏହାର କିଛି ଦିନ ନଯାଉଣୁ ଅସୁସ୍ଥତା କାରଣକୁ ନେଇ ଶୋ’ରୁ ବିରତି ନେଇଥିଲେ ଏଜାଜ୍‌। ତାଙ୍କ ସ୍ଥାନରେ ଦେବୋଲିନା ଭଟ୍ଟାଚାର୍ଯ୍ୟ ଆସିଥିଲେ। ଘରୁ ବାହାରିବା ପରେ ଏଜାଜ୍‌ ଏବଂ ପବିତ୍ରା ଏକାଠି ହୋଇଛନ୍ତି। ପ୍ରେମର ସପ୍ତାହରେ ଉଭୟ ବେଶ୍‌ ରୋମାଣ୍ଟିକ୍‌ ହୋଇ ଅନେକ ଫଟୋ ଛାଡ଼ିଛନ୍ତି। ଏଜାଜ୍‌ ମୋର ଟ୍ରଫି ବୋଲି ପବିତ୍ରା କହିଥିବା ମଧ୍ୟ ନଜର ଆସୁଛି।

Share