Categories: ଜାତୀୟ

ଫଡନାଭିସ ରହିବେ ନ ହେଲେ ମୁଁ, ବୈଠକରୁ ହୁଙ୍କାର କଲେ ଉଦ୍ଧବ ଠାକରେ

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇରେ ଏକ ବଡ଼ ବୈଠକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ କରିଛନ୍ତି। ମୁମ୍ବାଇର ଏକ ପଦାଧିକାରୀ ବୈଠକରେ ଠାକରେ ଏହି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ଆରମ୍ଭରୁ ବିଭାଜନ ରାଜନୀତି କରିଆସୁଛି। ଆଜି ମୁଁ ଏହି ପ୍ଲାଟଫର୍ମରୁ ଘୋଷଣା କରିଛି ଯେ ଯିଏ ଯିବାକୁ ଚାହୁଁଛି ସେ ବର୍ତ୍ତମାନ ଯିବା ଉଚିତ। ଆଜି ପର୍ଯ୍ୟନ୍ତ ଆମେ ଏତେ ସହ୍ୟ କରିଛୁ ଏବଂ ସେମାନଙ୍କ ଅତ୍ୟାଚାର ସତ୍ତ୍ୱେ ଦୃଢ ରହିଛୁ। ବର୍ତ୍ତମାନ ସେମାନେ ରହିବେ ନ ହେଲେ ଆମେ ରହିବୁ।

ଠାକରେ ଆହୁରି କହିଛନ୍ତି, ଦେବେନ୍ଦ୍ର ଫଡନାଭିସ ରାଜନୀତି କରୁଥିବାବେଳେ ମୋତେ ଏବଂ ଆଦିତ୍ୟଙ୍କୁ ଜେଲରେ ରଖିବାକୁ ପ୍ରସ୍ତୁତି କରିଥିଲେ। ଆଜି ମୁଁ ଘୋଷଣା କରୁଛି ଯେ ବର୍ତ୍ତମାନ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରରେ ରହିବେ କିମ୍ବା ଆମେ ରହିବୁ। ବୁଧବାର ମୁମ୍ବାଇର ରଙ୍ଗଶର୍ଦା ଅଡିଟୋରିୟମରେ ଆୟୋଜିତ ଏକ ବୈଠକରେ ଠାକରେ ଏପରି କହିଛନ୍ତି। ଏଥିରେ ଉଦ୍ଧବ ଠାକରେ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ସିଧାସଳଖ ଆର ୟା ପାର’ର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଠାକରେଙ୍କ ଘୋଷଣା ସୂଚାଇ ଦେଉଛି ଯେ ଆଗାମୀ ଦିନରେ ମହାରାଷ୍ଟ୍ରରେ ଶିବସେନା ଓ ଭାଜପା ମଧ୍ୟରେ ବିବାଦ ତୀବ୍ର ହେବ।

Share