Categories: ଜାତୀୟ

ମୋଦି ହୁଅନ୍ତୁ ଅବା ମନମୋହନ ସବୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରୁଛନ୍ତି ରାହୁଲ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ କେନ୍ଦ୍ରୟ ବଜେଟ ଉପରେ ଚର୍ଚ୍ଚା କରିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଉପରେ ଖୁ୍‌ବ୍ ବର୍ଷିଛନ୍ତି । ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଚରିତ୍ରକୁ ନେଇ ଆଲୋଚନା କରିବା ସହ ଅନ୍ୟପଟେ କଂଗ୍ରେସ ଦଳର ଆର୍ଥିକ ନୀତିକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ରାହୁଲଙ୍କ ଉପରେ ଆକ୍ରୋଶ ପ୍ରକାଶ କରି ଅର୍ଥମନ୍ତ୍ରୀ କହିଛନ୍ତି ଅପମାନ କରିବା ତାଙ୍କର ଅଭ୍ୟାସରେ ପଡି ଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ ଅବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହୁଅନ୍ତୁ । କାରଣ ୨୦୧୩ରେ ଯେତେବେଳେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବିଦେଶ ଗସ୍ତରେ ଥିଲେ ସେତେବେଳେ ତାଙ୍କ ଦ୍ୱାରା ଦିଆଯାଇଥିବା ଅଧ୍ୟାଦେଶକୁ ରାହୁଲ ଚିରି ଫିଙ୍ଗି ଦେଇଥିଲେ । ତେଣୁ ନିଜ ସରକାର ସମୟରେ ରାହୁଲଙ୍କ ଏଭଳି ବ୍ୟବହାର ଦର୍ଶାଉଛି ଯେ ମୋଦି ହୁଅନ୍ତୁ ବା ମନମୋହନ ରାହୁଲ ସବୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିବା ତାଙ୍କର ଅଭ୍ୟାସରେ ପକାଇ ସାରିଛନ୍ତି ।

Share