ଟେଲିପରଦାର ଏହି ରୋମାଣ୍ଟିକ୍‌ ଯୋଡ଼ିଙ୍କ ସରିଲା ନିର୍ବନ୍ଧ

ବମ୍ବେ: ଦୀର୍ଘଦିନର ଡେଟିଂ ପରେ ନିର୍ବନ୍ଧ କରିଛନ୍ତି ଟେଲିଭିଜନର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଅନ୍ୟତମ ଏଜାଜ୍‌ ଖାଁ ଏବଂ ପବିତ୍ରା ପୁନିଆ। ବିଗ୍‌ବସ୍‌ ଘରୁ ଆରମ୍ଭ ହୋଇଥିବା ଏହି ପ୍ରେମକାହାଣୀ ଆଉ ପାଦେ ଆଗକୁ ବଢ଼ିଛି। ଖୁବ୍‌ଶୀଘ୍ର ସେମାନେ ବିବାହ ନିମନ୍ତେ ଘୋଷଣା କରିପାରନ୍ତି ବୋଲି ପ୍ରଶଂସକ ଅନୁମାନ କରୁଛନ୍ତି।

ଏଜାଜ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଉଭୟଙ୍କ ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକରେ ଉଭୟ ବେଶ ଖୁସି ଥିବା ନଜର ଆସୁଛନ୍ତି। କ୍ୟାପ୍‌ଶନରେ ଅଭିନେତା ଲେଖିଛନ୍ତି, ବେବି ଯଦି ଆମେ ସଠିକ ସମୟକୁ ଅପେକ୍ଷା କରିବା, ତେବେ ସେ କେବେ ବି ଆସିବ ନାହିଁ। ମୁଁ ନିଜର ସର୍ବଶ୍ରେଷ୍ଠ ଦେବି, କ’ଣ ତୁମେ ମୋତେ ବିବାହ କରିବ? ଏହାର ଜବାବରେ ପବିତ୍ରା ହଁ ବୋଲି ଲେଖିଛନ୍ତି।

କହିରଖୁଛୁ, ବିଗ୍‌ବସ୍‌ ଘରେ ପବିତ୍ରାଙ୍କୁ ଦେଖି ପସନ୍ଦ କରିଥିଲେ ଏଜାଜ। ହେଲେ ପ୍ରଥମେ ପ୍ରଥମେ ଉଭୟ ବହୁତ ଲଢ଼ୁଥିଲେ। ଯେତେବେଳେ ପବିତ୍ରା ଶୋ’ରୁ ବାହାର ହୋଇଗଲେ ସେତେବେଳେ ଏଜାଜ ତାଙ୍କୁ ମନେ ପକାଉଥିଲେ। ପବିତ୍ରା ବୟସରେ ଏଜାଜଙ୍କଠାରୁ ଏଗାର ବର୍ଷ ବଡ଼ ହେଲେ ହେଁ ଉଭୟ ଦୀର୍ଘଦିନରୁ ପରସ୍ପରକୁ ଡେଟ୍‌ କରି ଆସୁଥିଲେ। ଏବେ ସେମାନେ ନିଜର ସମ୍ପର୍କକୁ ବିବାହର ନାଁ ଦେବାକୁ ଯାଉଛନ୍ତି।

Share