Categories: ଖେଳ

ଦେବାଶିଷଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୮ା୮ (ବିଜୟ ରଣା): ରାଜ୍ୟର ବିଶିଷ୍ଟ ଟେନିସ ଖେଳାଳି ଦେବାଶିଷ ସାହୁ ୩୧ତମ ଏକଲବ୍ୟ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ରବିବାର ଘୋଷଣା କରାଯାଇଛି। ପୁରସ୍କାର ବିତରଣ ଉତ୍ସବରେ ତାଙ୍କୁ ୫ ଲକ୍ଷ ଟଙ୍କା ଏବଂ ମାନପତ୍ର ସହ ସମ୍ମାନିତ କରାଯିବ। ଦେବାଷିଷ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟକୁ ଗୌରବନ୍ବିତ କରିଛନ୍ତି। ପୁରସ୍କାର ଜୁରି କମିଟି ରବିବାର ଆହୁରି ମଧ୍ୟ ଆଥଲେଟ ବାପି ହଁାସ୍‌ଦା ଏବଂ ଭାରୋତ୍ତୋଳକ ଜ୍ୟୋତ୍ସ୍ନା ସବରଙ୍କୁ ଉପ ବିଜେତା ଭାବେ ମନୋନୀତ କରିଛି।

ଉଭୟେ ମାନପତ୍ର ସହ ୧ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାରରେ ସମ୍ମାନିତ ହେବେ। ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍‌ ମେଟାଲ୍ସ ପବ୍ଲିକ ଚ୍ୟାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ଦ୍ୱାରା ୧୯୯୩ ମସିହାରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଓଡ଼ିଶାର ଏହା ସବୁଠାରୁ ମଯର୍ର୍‌ୟାଦାପୂର୍ଣ୍ଣ ପୁରସ୍କାର ଭାବେ ପରିଚିତ। କ୍ରୀଡ଼ା କ୍ଷେତ୍ରରେ ବିଗତ ଦୁଇ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକୁ ଆଧାର କରି ଯୁବ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତବର୍ଷର ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ଅବସରରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଥିଲେ, ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ପୁରସ୍କାର କମିଟି ଅଧ୍ୟକ୍ଷ କିଶୋର ମୋହନ ମହାନ୍ତି କାଯର୍ର୍‌ୟକ୍ରମ ପରିଚାଳନା କରିଥିଲେ।

Share