ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚଳିତବର୍ଷର ଏକଲବ୍ୟ ପୁରସ୍କାର ଘୋଷଣା କରାଯାଇଛି। ସାଇକେଲ୍ ଚାଳିକା ସ୍ବସ୍ତି ସିଂଙ୍କୁ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଫୁଟବଲର ପ୍ୟାରୀ ଖାକା ଓ ହକି ଖେଳାଳି ଶିଳାନନ୍ଦ ଲାକ୍ରା ଉପବିଜେତା ହୋଇଛନ୍ତି। ସ୍ବସ୍ତି ଜାତୀୟ ପ୍ରତିଯୋଗିତାରେ ୨ଟି ସ୍ବର୍ଣ୍ଣ ଏବଂ ୨ଟି ରୌପ୍ୟ ପଦକ ଜିତିଛନ୍ତି। ସେ ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା ସହ ମାନପତ୍ର ପାଇବେ। ଦୁଇ ଉପବିଜେତା ୫୦ ଲକ୍ଷ ଟଙ୍କା ସହ ସମ୍ମାନିତ ହେବେ। ବିଜେତାଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି।