Categories: ଖେଳ

ଏକାମ୍ର କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ

ପୁରୁଣା ଭୁବନେଶ୍ୱର, ୨୫।୧୨ (ସୁବାସ ଚନ୍ଦ୍ର ପ୍ରଧାନ): ଫ୍ରେଣ୍ଡ୍ସ କ୍ରିକେଟ କ୍ଲବ କେଶୁରା ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଏକାମ୍ର କପ୍‌ ଟେନିସ ବଲ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ଶହୀଦ ନଗର ଦଳ ୪ ଉଇକେଟରେ ସମରସେଟ୍‌ ଏକାଦଶକୁ ହରାଇ ଚାମ୍ପିୟନ ହୋଇଛି। ଶହୀଦ ନଗର ଦଳ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ସମରସେଟ୍‌ ନିର୍ଦ୍ଧାରିତ ୧୫ଓଭର୍‌ରେ ୧୧୨ ରନ କରି ଅଲ୍‌ ଆଉଟ୍‌ ହେଇଥିଲା। ଜବାବରେ ଶହୀଦନଗର ଦଳ ୧୫ ଓଭରରେ ୬ ଉଇକେଟ ହରାଇ ବିଜୟ ହାସଲ କରିଥିଲା। ଶେଷ ବଲରେ ମ୍ୟାଚ୍‌ ଜିତିଥିଲା ଶହୀଦନଗର। ବିଜୟୀ ଦଳ ପକ୍ଷରୁ ଦିପୁନି ୨୯ବଲରେ ୩୨ ରନ କରି ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଲାଭ କରିଥିଲେ। ମ୍ୟାନ ଅଫ ଦି ସିରିଜ ହୋଇଥିଲେ ସମର ସେଟ୍‌ ଦଳର ଶେଖର ସ୍ବାଇଁ। ରନରଅପ୍‌ ସମରସେଟ୍‌ ୩୦,୦୦୦ ଟଙ୍କା ସହ ଟ୍ରଫି ଏବଂ ଚାମ୍ପିୟନ ଶହୀଦନଗର ଦଳକୁ ୫୦,୦୦୦ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଜିଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ବାସୁଆଘାଇ ସରପଞ୍ଚ ବିକ୍ରମ ସେଠୀ, କ୍ୟାପଡିଲ୍‌ ରୟାଲ୍ଟି କେୟାର ପ୍ରତିଷ୍ଠାତା ଶକ୍ତି ମିଶ୍ର, ମହେନ୍ଦ୍ର ସ୍ବାଇଁ କେଶୁରା, ବିନୋଦ ସ୍ବାଇଁ କେଶୁରା, ବୁଦ୍ଧଦେବ ବେହେରା କେଶୁରା, ଆର୍ତ୍ତ ପ୍ରଧାନ, କୃତାର୍ଥ ପ୍ରଧାନ, ବିଜୟ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଅମ୍ପାୟର ରମେଶ ଦାସ୍‌ ଓ ତପନ ଭୋଳ ମ୍ୟାଚ୍‌ ପରିଚାଳନା କରିଥିଲେ।

Share