Categories: ଜାତୀୟ

ମୁଖ୍ୟମନ୍ତ୍ରୀ ରେସ୍‌ରୁ ଓହରିଲେ ଶିନ୍ଦେ! ନିଜ ସମର୍ଥକଙ୍କୁ କଲେ ଏମିତି ନିବେଦନ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଫଳାଫଳର ତିନି ଦିନ ପରେ ମଧ୍ୟ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଭାଜପା ମୁଖ୍ୟମନ୍ତ୍ରୀ ପଦ ପାଇବ ବୋଲି ଏକି ସୂତ୍ରରୁ ପ୍ରକାଶ ପାଇଛି।

ଭାଜପାର ଦେବେନ୍ଦ୍ର ଫଡନ୍‌ଭିସ୍‌ ଏବଂ ଶିବସେନା ଶିନ୍ଦେ ଦଳର ଏକନାଥ ଶିନ୍ଦେଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସନ୍ଦେହ ରହିଛି। ଏସବୁ ମଧ୍ୟରେ ଶନ୍ଦେ ଏପରି କିଛି କରିଛନ୍ତି ଯାହା ଦ୍ୱାରା ସେ ମୁଖ୍ୟମନ୍ତ୍ରୀ ରେସ୍‌ରୁ ଓହରିଯାଇଥିବା ଦେଖାଯାଉଛି। ଏକନାଥ ଶିନ୍ଦେ ତାଙ୍କ ସମର୍ଥକମାନଙ୍କୁ ସିଏମ ରହିବାକୁ ଦାବିକୁ ନେଇ ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ ସରକାରୀ ବାସଭବନ ‘ବର୍ସା’ରେ ଏକାଠି ନ ହେବାକୁ ଅନୁରୋଧ କରିଛନ୍ତି। ଶିନ୍ଦେ ଏକ୍ସରେ କହିଛନ୍ତି, ମହାୟୁତି ଗଠବନ୍ଧନର ବୃହତ୍‌ ବିଜୟ ପରେ ଆମେ ପୁଣି ଥରେ ରାଜ୍ୟରେ ଆମର ସରକାର ଗଠନ କରିବୁ। ଏକ ବୃହତ୍‌ ସହଯୋଗୀ ଦଳ ଭାବରେ ଆମେ ଏକାଠି ନିର୍ବାଚନ ଲଢିଛୁ ଏବଂ ଆଜି ମଧ୍ୟ ଏକାଠି ଅଛୁ।

Share