Posted inଜାତୀୟ

ଏକନାଥ ଶିନ୍ଦେ ଭାଜପାର ଗୋଲାମ: ସଞ୍ଜୟ ରାଉତ

ମୁମ୍ବାଇ,୧୧।୧: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରଓ୍ବେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ପ୍ରକୃତ ରାଜନୈତିକ ଦଳର ମାନ୍ୟତା ଦେଇଛନ୍ତି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ୟୁବିଟି ପକ୍ଷରୁ ଦାବି ହୋଇଥିବା ୧୬ ବିଦ୍ରୋହୀ ବିଧାୟକଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ମନା କରିଦେଇଛନ୍ତି। ଶିବସେନା (ଉଦ୍ଧବ ବାଲାସାହେବ ଦଳ) ଏହି ନିଷ୍ପତ୍ତି ହଜମ କରିପାରୁନାହାନ୍ତି। ଏହି କାରଣରୁ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ ଗୁରୁବାର ଶିନ୍ଦେଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଭାଜପାର ଗୋଲାମ ବୋଲି କହିଥିଲେ। ଶିନ୍ଦେଙ୍କ ପୁଅ ମଧ୍ୟ ଜଣେ ଏମ୍‌ପି, ସେ ଏଠାରେ ପରିବାରବାଦ ଦେଖୁ ନାହାଁନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସଞ୍ଜୟ ରାଉତ ଗଣତନ୍ତ୍ର ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି, ମହାରାଷ୍ଟ୍ରରେ ଗଣତନ୍ତ୍ରର ସମାପ୍ତି ଯୋଗୁ ସମଗ୍ର ରାଜ୍ୟ ଦୁଃଖିତ। ଏକ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି – ଗଣତନ୍ତ୍ର (୧୯୫୦ – ୨୦୨୩)।
ଅନ୍ୟ ଏକ ଟୁଇଟ୍‌ରେ ରାଉତ ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି, ପ୍ରତ୍ୟକ୍ଷଦର୍ଶୀ ଅନ୍ଧ ହୋଇଗଲେ, ବଧିରମାନେ ଯୁକ୍ତି ଶୁଣିଲେ, ମିଥ୍ୟାବାଦୀମାନେ ପ୍ରାଧାନ୍ୟ ବିସ୍ତାର କଲେ, ସତ୍ୟ ଅପମାନିତ ହେଲା … ଜୟ ମହାରାଷ୍ଟ୍ର!
ବାଚସ୍ପତି ନାରଓ୍ବେକର ଶିନ୍ଦେ ଏବଂ ବିରୋଧୀ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ପରସ୍ପର ବିରୋଧରେ ଆଗତ ଅଯୋଗ୍ୟ ଆବେଦନଗୁଡ଼ିକ ଉପରେ ନିଜ ରାୟ ଶୁଣାଇଛନ୍ତି। ସେ କହିଛନ୍ତି, ୨୦୨୨ ଜୁନ୍‌ରେ ଆବିର୍ଭାବ ହୋଇଥିବା ଶିବସେନା ହିଁ ପ୍ରକୃତ ଶିବସେନା। ୨୦୨୨ ଜୁନ୍‌ ୨୧ରେ ଶିବସେନା ୟୁବିଟିର ସୁନୀଲ ପ୍ରଭୁ ସଚେତକ ପଦ ହରାଇସାରିଥିଲେ ଏବଂ ଶିନ୍ଦେ ଗୋଷ୍ଠୀର ଭରତ ଗୋଗାଓ୍ବାଲେ କ୍ଷମତାପ୍ରାପ୍ତ ହୁଇପ୍‌ ହୋଇଥିଲେ। ତେଣୁ ଶିନ୍ଦେଙ୍କୁ ଶିବସେନା ନେତା ନିଯୁକ୍ତ କରିବା ବୈଧ ନିଷ୍ପତ୍ତି। ତାଙ୍କ ସହ ମିଶି ବିଦ୍ରୋହ କରିଥିବା ବିଧାୟକମାନଙ୍କ ସଦସ୍ୟତା ରଦ୍ଦ କରାଯାଇପାରିବ ନାହିଁ। ଶିନ୍ଦେଙ୍କୁ ହଟାଇବା କ୍ଷମତା ଉଦ୍ଧବଙ୍କର ନ ଥିଲା। ଏପରି କି ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆୟୋଜନ କରିବା କ୍ଷମତା ମଧ୍ୟ ଶିବସେନା ପ୍ରମୁଖଙ୍କର ନ ଥିଲା। ଶିବସେନାର ୧୯୯୯ ସମ୍ବିଧାନ ଅନୁସାରେ ଶିନ୍ଦେଙ୍କ ନେତୃତ୍ୱ ବଜାୟ ରହିବ।
ପ୍ରକାଶ ଯେ, ୨୦୨୨ ଜୁନ୍‌ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ବିରୋଧରେ କ୍ୟାବିନେଟ ମନ୍ତ୍ରୀ ଶିନ୍ଦେ ବିଦ୍ରୋହ କରିଥିଲେ। ଫଳରେ ଦଳ ଦୁଇଭାଗ ହୋଇଯାଇଥିଲା ଏବଂ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ସରକାରର ପତନ ଘଟିଥିଲା। ଉଦ୍ଧବ ଗୋଷ୍ଠୀ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଇତିମଧ୍ୟରେ ଭାରତର ନିର୍ବାଚନ କମିଶନ (ଇସିଆଇ) ୨୦୨୩ ଫେବୃଆରୀରେ ଶିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନାର ମାନ୍ୟତା ଦେବା ସହ ଦଳର ନିର୍ବାଚନୀ ସଙ୍କେତ ‘ଧନୁ ଓ ତୀର’ ପ୍ରଦାନ କରିଥିଲେ। ଆସ୍ଥାଭୋଟ ପୂର୍ବରୁ ଉଦ୍ଧବ ଇସ୍ତଫା ଦେଇଥିବାରୁ ତାଙ୍କ ଅଭିଯୋଗ ବିଚାରଯୋଗ୍ୟ ନୁହେଁ ବୋଲି ଗତ ମେ’ ୧୧ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ବଲ୍‌ ବାଚସ୍ପତିଙ୍କ କୋର୍ଟରେ ଥିବାରୁ ସେ ଜାନୁୟାରୀ ୧୦ ସୁଦ୍ଧା ନିଷ୍ପତ୍ତି ନିଅନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଗତ ୭ ତାରିଖରେ ବାଚସ୍ପତି ନାରଓ୍ବେକର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଶିନ୍ଦେଙ୍କୁ ସାକ୍ଷାତ କରିଥିଲେ। ଏହାକୁ ନେଇ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଣେ ଅଭିଯୁକ୍ତଙ୍କୁ ବିଚାରପତି କିପରି ସାକ୍ଷାତ୍‌ କରିପାରିବେ ବୋଲି ୟୁବିଟି ଗୋଷ୍ଠୀ ପ୍ରଶ୍ନ ଉଠାଇଛନ୍ତି। ସଦ୍ୟ ରାୟ ଆସିବା ପରେ ୟୁବିଟି ଗୋଷ୍ଠୀ ନେତା ସଞ୍ଜୟ ରାଉତ୍‌ କହିଛନ୍ତି, ଏହାକୁ ଆମେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବୁ। ଉଦ୍ଧବ ମଧ୍ୟ ବାଚସ୍ପତିଙ୍କ ନିଷ୍ପତ୍ତିକୁ ‘ଗଣତନ୍ତ୍ରର ହତ୍ୟା’ ଭାବେ ଅଭିହିତ କରି ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯିବ ବୋଲି ପ୍ରକାଶ କରିଛନ୍ତି। ଶିବସେନାର ମୋଟ ୫୪ ବିଧାୟକ ଥିବାବେଳେ ସେମାନଙ୍କ ମଧ୍ୟରୁ ସଂଖ୍ୟାଗରିଷ୍ଠ ୩୭ ଜଣ ଶିନ୍ଦେ ଗୋଷ୍ଠୀରେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମହାବିକାଶ ଆଘାଡିରେ ଛିଡିଲା ଭାଗବଣ୍ଟା; ଏତିକି ଏତିକି ଆସନରେ ଲଢ଼ିବେ ସମସ୍ତ ଦଳ

ମୁମ୍ବାଇ,୨୩।୧୦:  ମହାରାଷ୍ଟ୍ର ନିର୍ବାଚନ ପାଇଁ ଆଉ କିଛି ସମୟ ବାକି ଅଛି ଏବଂ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ଆରମ୍ଭ ହୋଇଛି। ସେପଟେ ରାଜ୍ୟରେ ବିରୋଧୀ...

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ...

ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ...

ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରିୟଙ୍କାଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସୋନିଆ ଗାନ୍ଧୀ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨୩।୧୦: ବୁଧବାର ୨୩ ଅକ୍ଟୋବର ୨୦୨୪ରେ କେରଳର ୱାୟନାଡ ଲୋକ ସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ...

ରାହୁଲଙ୍କ ବଡ଼ ଘୋଷଣା, ଓ୍ବାୟନାଡରେ ହେବେ ଦୁଇଜଣ ଏମପି…

ନୂଆଦିଲ୍ଲୀ,୨୩।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବୁଧବାର କେରଳର ୱାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ସେ ଏକ ରୋଡ ଶୋ...

ନାମାଙ୍କନପତ୍ର ଦାଖଲ କଲେ ପ୍ରିୟଙ୍କା: କହିଲେ ପ୍ରଥମଥର ମୁଁ…

ଥିରୁଭାନନ୍ତପୁରମ୍‌,୨୩।୧୦: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଓ୍ବାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ମା’ ସୋନିଆ ଗାନ୍ଧୀ, ଦଳର...

ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଜାରି କଲା ପ୍ରାର୍ଥି ତାଲିକା, ବାରାମତିରୁ ଲଢିବେ ଅଜିତ ପାଓ୍ବାର

ମୁମ୍ବାଇ,୨୩।୧୦: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ବୁଧବାର ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୩୮ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି।...

ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’ କହିଲେ ଯୁବକ: ଜାଣନ୍ତୁ କ’ଣ କରିଥିଲେ ଦୋଷ

ଭୋପାଳ, ୨୩।୧୦:ଭାରତରେ ରହି ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଫୈଜଲ ନାମକ ଜଣେ ଯୁବକ ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋପାଳର ମିସ୍‌ରୌଦ ଥାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri