Categories: ଜାତୀୟ

ଏକନାଥ ଶିନ୍ଦେ ଦଳ ପ୍ରକୃତ ଶିବସେନା: ମହାରାଷ୍ଟ୍ର ବାଚସ୍ପତିଙ୍କ ବଡ ରାୟ

ନୂଆଦିଲ୍ଲୀ,୧୦।୧: ମହାରାଷ୍ଟ୍ର ବାଚସ୍ପତି ବୁଧବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ତାଙ୍କ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲାର ଶୁଣାଣି କରିଛନ୍ତି। ଦେଢ଼ବର୍ଷ ପୂର୍ବେ ୨୦ ଜୁନ୍ ୨୦୨୨ରେ ଏକନାଥ ଏବଂ ତାଙ୍କ ଗୋଷ୍ଠୀର ୩୯ ବିଧାୟକ ଶିବସେନାରେ ବିଦ୍ରୋହ ସୃଷ୍ଟି କରିଥିଲେ ଏବଂ ଭାଜପା ସହିତ ମିଶି ସରକାର ଗଠନ କରିଥିଲେ।

ଏହାପରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦେବେନ୍ଦ୍ର ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିରୋଧୀ ଦଳ ଆଇନ ଅନୁଯାୟୀ ବାଚସ୍ପତିଙ୍କୁ ପ୍ରଥମେ ନୋଟିସ୍ ଦେଇଥିଲେ। ଏହା ପରେ ସୁପ୍ରିମକୋର୍ଟରେ ପହଞ୍ଚି ଉଭୟ ଗୋଷ୍ଠୀ ପରସ୍ପରର ବିଧାୟକଙ୍କ ଅଯୋଗ୍ୟତା ଦାବିରେ ଆବେଦନ କରିଥିଲେ।

ଶୁଣାଣି କରିବା ସମୟରେ ବାଚସ୍ପତି ରାହୁଲ ନରୱେକର କହିଛନ୍ତି ଯେ ସଂଶୋଧିତ ୨୦୧୮ ସମ୍ବିଧାନ ନିର୍ବାଚନ ଆୟୋଗଙ୍କ ନିକଟରେ ରଖାଯାଇ ନ ଥିବାରୁ ଶିବସେନାର ୧୯୯୯ ସମ୍ବିଧାନକୁ ବିଚାରକୁ ନିଆଯିବା ଆବଶ୍ୟକ। ୧୯୯୯ ମସିହାରେ ଶିବସେନାର ସମ୍ବିଧାନ ପାର୍ଟି ମୁଖ୍ୟଙ୍କ ହାତରୁ କ୍ଷମତାର କେନ୍ଦ୍ରୀକରଣକୁ ହଟାଇ ଦେଇଥିଲା। ତେବେ, ୨୦୧୮ ରେ ସଂଶୋଧିତ ସମ୍ବିଧାନ କ୍ଷମତାକୁ ଦଳର ମୁଖିଆଙ୍କ ହାତକୁ ଫେରାଇ ଆଣିଛି।

ଏହାକୁ ଭିତ୍ତି କରି ବାଚସ୍ପତି କହିଛନ୍ତି ଯେ ଶିବସେନା ପ୍ରମୂଖ (ସଭାପତି) ହୋଇ ଉଦ୍ଧବ ଠାକରେ ବିଧାନସଭା ଦଳର ନେତା ଭାବରେ ଏକନାଥ ଶିନ୍ଦେଙ୍କୁ ହଟାଇବା କ୍ଷମତା ନାହିଁ।

 

Share