Categories: ଜାତୀୟ

ଶକ୍ତି ପରୀକ୍ଷା ପୂର୍ବରୁ ସିନ୍ଧେ ସରକାର ଦେବେ ଅଗ୍ନି ପରୀକ୍ଷା

ମୁମ୍ବାଇ,୩ ।୭: ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ପରେ ରବିବାର ହେବ ବିଧାନସଭା ଅଧ୍ୟକ୍ଷ ନିର୍ବାଚନ । ଏଥିପାଇଁ ଶିବସେନା ବିଧାୟକ ରାଜନ ସାଲଭି ଓ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ରାହୁଲ ନାର୍ବେକରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା । ତେବେ ୪ ଜୁଲାଇରେ ହେବାକୁ ଯାଉଥିବା ଶକ୍ତି ପରୀକ୍ଷା ପୂର୍ବରୁ ରବିବାର ଏକନାଥ ସିନ୍ଧେ ସରକାରଙ୍କ ପାଇଁ ଅଗ୍ନିପରୀକ୍ଷାର ଦିନ ।
ଏହି ନିର୍ବାଚନକୁ ନେଇ ଶିବସେନା ଉଦ୍ଧବ ଗ୍ରୁପର ସଚେତକ ସୁନିଲ ପ୍ରଭୁ ହ୍ୱିପ ଜାରି କରିଛନ୍ତି । ଏଥିରେ କୁହାଯାଇଛି ସମସ୍ତ ଶିବସେନା ସଦସ୍ୟ ନିର୍ବାଚନ ସମୟରେ ଗୃହରେ ଉପସ୍ଥିତ ରହିବେ ।

Share