ମୁମ୍ବାଇ,୨୭।୬: ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜୁଲାଇ ୧୧ପର୍ଯ୍ୟନ୍ତ ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି କୋର୍ଟ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କୁ ଏନୁଯାୟ ନୋଟିସ୍ ଜାରି କରିଛନ୍ତି। ଏଥିସହ ଅଯୋଗ୍ୟତା ନୋଟିସ୍ ଆଇନଗତକୁ ଚ୍ୟାଲେଞ୍ଜ କରି ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ କୋର୍ଟ ତାଙ୍କୁ ଜବାବ ମାଜିଛନ୍ତି। ତେବେ କାର୍ଟଙ୍କ ଏହି ରାୟ ପରେ ଶିବସେନାର ବିଦ୍ରୋହୀ ଦଳର ନେତୃତ୍ୱ ନେଉଥିବା ଏକନାଥ ସିନ୍ଧେ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ କରି କହିଛନ୍ତି, ହିନ୍ଦୁ ହୃଦୟର ସମ୍ରାଟ ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ଏବଂ ଧର୍ମବୀର ଆନନ୍ଦ ଦିଘେଙ୍କ ବିଚାରର ଏହା ବିଜୟ।