Categories: ଜାତୀୟ

‘ଇଣ୍ଡିଆ’ ମେଣ୍ଟକୁ ଟାର୍ଗେଟ୍‌ କଲେ ଶିନ୍ଦେ

ମୁମ୍ବାଇ,୭।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ‘ଇଣ୍ଡିଆ’ ମେଣ୍ଟକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେତେ ମେଣ୍ଟ ଗଠନ ହେଉ ଅବା ଲୋକେ ଏକଜୁଟ ହୁଅନ୍ତୁ, ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିତିବେ। ଶିନ୍ଦେ କହିଛନ୍ତି, ଯେତେମେଣ୍ଟ ଗଠନ ହେଉନା କାହିଁକି। କେତେ ଲୋକ ଏକାଠି ହୁଅନ୍ତୁ ନା କାହିଁକି, କିନ୍ତୁ ସମଗ୍ର ଦେଶର ଲୋକ ମୋଦି ଜିଙ୍କ ସହ ଅଛନ୍ତି, କାରଣ ପ୍ରଧାନମନ୍ତ୍ରୀ ମୋଦି ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗରେ ଆଗକୁ ଯାଉଛନ୍ତି,ଏବଂ ଦେଶର ବିକାଶ କରୁଛନ୍ତି। ସଥିପାଇଁ ମୁଁ ଆତ୍ମବିଶ୍ୱାସରେ କହିବି ଯେ, ୨୦୨୪ ଲୋକ ସଭାର ହାଣ୍ଡି ମଧ୍ୟ ଦେଶର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ହିଁ ଭାଙ୍ଗିବେ। ଏହି ବିଶ୍ୱାସ ଦେଶର ଲୋକଙ୍କ ମନରେ ଅଛ ବୋଲି ନନ୍ଦ ଉତ୍ସବର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିନ୍ଦେ କହିଛନ୍ତି।

Share