ମୁମ୍ବାଇ,୨୨।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଯଦି ବିଦ୍ରୋହୀ ବିଧାୟକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାଁନ୍ତି ନାହିଁ ତେବେ ସେ ତାଙ୍କ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ତାଙ୍କ ବିବୃତ୍ତିର କିଛି ସମୟ ପରେ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଶିବସେନାକୁ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ ଭାଙ୍ଗିବାକୁ ପଡିବ। ସେ ଦଳର ୪ ଭୁଲ୍ ବିଷୟରେ ଆଲୋଚନା କରିଛନ୍ତି।
-ଗତ ଅଢେଇ ବର୍ଷ ମଧ୍ୟରେ ମେଣ୍ଟ ସରକାରରେ କେବଳ ଅନ୍ୟ ଦଳ ଉପକୃତ ହୋଇଛନ୍ତି ଏବଂ ଶିବସେନାକୁ ବହୁ କ୍ଷତି ସହିବାକୁ ପଡିଛି।
-ଶିବସେନାକୁ ନିୟମିତ ଭାବେ ଅପବ୍ୟବହାର କରାଯାଉଛି
-ପାର୍ଟି ଏବଂ ଶିବସେନାର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଅସ୍ବାଭାବିକ ମୋର୍ଚ୍ଚାକୁ ବାହାର କରିବା ଆବଶ୍ୟକ।
-ବର୍ତ୍ତମାନ ମହାରାଷ୍ଟ୍ରର ହିତରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ