Categories: ଜାତୀୟ

ସଞ୍ଜୟଙ୍କ ଉପରେ ବର୍ଷିଲେ ଏକନାଥଙ୍କ ପୁଅ ଶ୍ରୀକାନ୍ତ ସିନ୍ଧେ

ମୁମ୍ବାଇ,୨୭ ।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ପୁଅମାନଙ୍କର ଏଣ୍ଟ୍ରି ଦେଖାଗଲାଣି । ଗୋଟିଏ ପଟେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଙ୍ଗ ସମ୍ଭାଳୁଥିବା ବେଳେ ଏବେ ଏକନାଥ ସିନ୍ଧେଙ୍କ ପୁଅ ଶ୍ରୀକାନ୍ତ ସିନ୍ଧେ ମଧ୍ୟ ଏହି ରାଜନୈତିକ ଯୁଦ୍ଧରେ ସେ ତାଙ୍କ ପିତାଙ୍କୁ ସମର୍ଥନ କରିବାକୁ ବାହାରି ପଡିଛନ୍ତି ।
ଏହି କ୍ରମରେ ଶ୍ରୀକାନ୍ତ ପ୍ରଥମେ ଶିବସେନା ନେତା ତଥା ଏମପି ସଞ୍ଜୟ ରାଉତକୁ ଟାର୍ଗେଟ କରିଛନ୍ତି ।ସେ କହିଛନ୍ତି ଏହି ଧମକ ଆଉ କାହାକୁ ଦିଅନ୍ତୁ । ଏଠାରେ ଏହି ଧମକ ଗୁଡିକର କୌଣସି ପ୍ରଭାବ ନାହିଁ ।ଶ୍ରୀକାନ୍ତ ସିନ୍ଧେ କହିଛନ୍ତି ଶିବସେନା ବାଲା ସାହେବ ଠାକରେଙ୍କର । ଆଉ ଆମର ଲଢେଇ ଏବେ କୋର୍ଟରେ ପହଞ୍ଚିଯାଇଛି । ଶିବସେନା ଏକ ହିନ୍ଦୁତ୍ୱବାଦୀ ଦଳ ଓ ଏକନାଥ ସିନ୍ଧେ ସବୁବେଳେ ରାଜ୍ୟର ଭଲ ପାଇଁ କାମ କରିଛନ୍ତି ।

Share