Categories: ଜାତୀୟ

ମହାରାଷ୍ଟ୍ରରେ ଆରମ୍ଭ ହେଲା ସିନ୍ଧେଙ୍କ ଯୁଗ

ମୁମ୍ବାଇ,୩୦।୬: ଗତ ୧୧ଦିନରୁ ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ସଙ୍କଟର ଗୁରୁବାର ଅନ୍ତ ଘଟିଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଭାଜପା ସମର୍ଥନରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି। ଇତିମଧ୍ୟରେ ଗୁରୁବାର ସନ୍ଧ୍ୟା ୭ଟା ୪୦ରେ ମହାରାଷ୍ଟ୍ରର ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦର ଗୋପନୀୟତା ପାଠ ଶପଥ କରାଇଛନ୍ତି। ଏଥିସହ ଭାଜପାର ବରିଷ୍ଠ ନେତା ଦେବେନ୍ଦ୍ର ଫଡନବିସ୍‌ଙ୍କୁ ମଧ୍ୟ ରାଜ୍ୟପାଳ ଉପମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଫଡନବିସ୍‌ ଶପଥ ପାଠ ସମୟରେ ସମର୍ଥକମାନେ ସ୍ଲୋଗାନ ଦେଇଥିଲେ। ପୂର୍ବରୁ ଫଡନବିସ୍‌ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ନାହିଁ ବୋଲି କହିଥିଲେ। କିନ୍ତୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଫଡନବିସ୍‌ଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ କହିବା ପରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Share