Categories: ଜାତୀୟ

ନୂଆ ଦଳ ଗଢ଼ିବେ ଏକନାଥ: ରଖିବେ ଏହି ନାମ

ମୁମ୍ବାଇ,୨୫।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ବର୍ତ୍ତମାନ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ନିଜର ନୂଆ ଦଳ ଗଠନ କରିବାକୁ ଉଦ୍ୟମ ଚଳାଇଛନ୍ତି। କୁହାଯାଉଛି, ଶିବସେନା ବାଲାସାହେବ ଠାକରେଙ୍କ ନାମରେ ସିନ୍ଦେ ତାଙ୍କ ନୂଆ ଦଳ ଗଠନ କରିବେ। ସମସ୍ତ ବିଦ୍ରୋହୀ ବିଧାୟକଙ୍କ ସହ ମିଶି ଏହି ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଶନିବାର ବସିବାକୁ ଥିବା ଏକ ବୈଠକରେ ମୋହର ଲଗାଯିବ। ତେବେ ଆଉ କିଛି ସମୟ ପରେ ଏନେଇ ଘୋଷଣା କରାଯାଇପାରେ ବୋଲି ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ୫୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସିନ୍ଦେ ଦାବି କରିସାରିଛନ୍ତି। ତେବେ ସେଥିମଧ୍ୟରୁ ୩୮ଜଣ ଶିବସେନାର ବୋଲି ଜଣାପଡ଼ିଛି।

Share