ନୂଆଦିଲ୍ଲୀ,୨୭ ।୬: ମହାରାଷ୍ଟ୍ରର ଅସନ୍ତୁଷ୍ଟ ବିଧାୟକ ଏକନାଥ ସିନ୍ଧେଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ପ୍ରାୟତଃ ସମସ୍ତ ପକ୍ଷଙ୍କୁ ନୋଟିସ ଦେଇଛନ୍ତି । ଏହି ନୋଟିସର ଜବାବ ସବୁ ପକ୍ଷଙ୍କୁ ୫ ଦିନ ମଧ୍ୟରେ ଦେବାକୁ ପଡିବ । ପରବର୍ତ୍ତି ଶୁଣାଣି ୧୧ ଜୁଲାଇରେ ହେବ । ଯେଉଁ ପକ୍ଷଙ୍କୁ ନୋଟିସ ଦିଆଯାଇଛି ସେହି ପକ୍ଷ ହେଲେ ଡେପୁଟି ସ୍ପିକର ଓ ମହାରାଷ୍ଟ୍ର ସରକାର ।
ସୂଚନାଯୋଗ୍ୟ, ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କୁହାଯାଇଥିଲା କି ରାଜ୍ୟ ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥାଆନ୍ତୁ । ସମସ୍ତ ୩୯ ବିଧାୟକଙ୍କ ଜୀବନ ଓ ସମ୍ପତ୍ତିର ରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉ । ସେମାନଙ୍କ ସମ୍ପତ୍ତିକୁ ଯେପରି କୌଣସି କ୍ଷତି ନ ପହଞ୍ଚେ ସେଥିପ୍ରତି ଧ୍ୟାନ ଦିଆଯାଉ । ଏହାପୂର୍ବରୁ ଜଷ୍ଟିଶ ସୂର୍ଯ୍ୟକାନ୍ତ ସବୁ ପକ୍ଷରୁ ଶୁଣିବା ପରେ ବାଗି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣାକୁ ନେଇ ଡେପୁଟି ସ୍ପିକରଙ୍କୁ ନୋଟିସ ଜାରି କରିବା ସହ ପରବର୍ତ୍ତି ଶୁଣାଣି ୧୧ ଜୁଲାଇରେ ହେବ ବୋଲି କହିଛନ୍ତି ।