Categories: ଜାତୀୟ

କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କଲେ ଏକନାଥ: ମହାରାଷ୍ଟ୍ରର ଶାନ୍ତି-ଖୁସି ପାଇଁ କଲେ ପ୍ରାର୍ଥନା

ଗୁଆହାଟି,୨୯।୬: ମହାରାଷ୍ଟ୍ରରେ ଲାଗିରହିଥିବା ରାଜନୈତିକ ଅସ୍ଥିତରତା ମଧ୍ୟରେ ଗୁରୁବାର ଫ୍ଲୋର ଟେଷ୍ଟ ହୋଇପାରେ। ତେବେ ମୁମ୍ବାଇ ଯିବା ପୂର୍ବରୁ ବୁଧବାର ଗୁହାଆଟିର କାମାକ୍ଷା ମନ୍ଦିରରେ ଶିବନେତାର ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଧେ ପୂଜାର୍ଚ୍ଚନା କରିଛନ୍ତି। ମହାରାଷ୍ଟ୍ରର ଶାନ୍ତି ଓ ଖୁସି ପାଇଁ ସେ ମା’ଙ୍କୁ ପ୍ରାର୍ଥନା କରିଛନ୍ତି ବୋଲି ଏକନାଥ କହିଛନ୍ତି। ଏହି ସମୟରେ ମନ୍ଦିରର ପରିଚାଳନା କମିଟି ମଧ୍ୟ ତାଙ୍କୁ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, ଗୁରୁବାର ମହାରାଷ୍ଟ୍ରରେ ଶକ୍ତି ପରୀକ୍ଷା ହେବ। ଏଥିପାଇଁ ଏକନାଥ ଗୁରୁବାର ମୁମ୍ବାଇ ଗସ୍ତ କରି ସମସ୍ତ ପ୍ରକ୍ରିୟା ପାଳନ କରିବେ। ଏକନାଥ ଦାବି କରିଛନ୍ତି ଯେ, ତାଙ୍କ ନିକଟରେ ୫୦ଜଣ ବିଧାୟକଙ୍କ ସମର୍ଥନ ରହିଛି। ମୁମ୍ବାଇ ଫେରି ସେ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀକୁ ଆଗକୁ ବଢ଼ାଇବେ ବୋଲି କହିଛନ୍ତି। ସୂଚନା ମୁତାବକ, ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଆରମ୍ଭ ହେବାଠାରୁ ବିଦ୍ରୋହୀ ବିଧାୟକମାନେ ଗୁଆହାଟୀର ଏକ ହୋଟେଲରେ ରହିଛନ୍ତି।

Share