ମୁମ୍ବାଇ, ୨୨।୨: ଉଦ୍ଧବ ଗୋଷ୍ଠୀ ଏମ୍ପି ସଞ୍ଜୟ ରାଉତଙ୍କୁ ହତ୍ୟା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଥାଣେର ଜଣେ କଣ୍ଟ୍ରାକ୍ଟ କିଲରଙ୍କୁ ସୁପାରିି ଦେଇଥିବା ସେ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ସଞ୍ଜୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ରାଜ୍ୟରେ ନେତାମାନଙ୍କ ଉପରେ ଆକ୍ରମଣ ଘଟଣା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏ ପ୍ରକାର ଘଟଣା ରୋକିବା ନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।