Categories: ଖେଳ

ଇକୋର୍ସା, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପାରାଦୀପ, ଗଜପତି ବିଜୟୀ

ଭୁବନେଶ୍ୱର, ୮ା୪(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ଏ ଓ ସିଲ୍‌ଭର-ଏ ଗ୍ରୁପ୍‌ର ୬ଟି ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇକୋର୍ସା, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପାରାଦୀପ, ଗଜପତି ଦଳ ବିଜୟୀ ହୋଇଛି। ଖୋର୍ଦ୍ଧାର ଜ୍ୟୋତି ବେହେରା ଶତକ ହାସଲ କରିଥିବାବେଳେ ଗଞ୍ଜାମ ଦଳର କେ. ଈଶ୍ୱର ପ୍ରସାଦ ୫ ଉଇକେଟ ସଫଳତା ପାଇଛନ୍ତି।
ଏମ୍‌ଜିଏମ୍‌ ଏସ୍‌ଓଏସ୍‌ ଗ୍ରାଉଣ୍ଡ: ଏଠାରେ ଇକୋର୍ସା ୧୦ ରନରେ ଭୁବନେଶ୍ୱର-ଏ ଦଳକୁ ପରାସ୍ତ କରିଛି। ଇକୋର୍ସା ୪୫ ଓଭରରେ ୭ ଉଇକେଟ ହରାଇ ୨୫୨ ରନ କରିଥିଲା। ଦଳ ପକ୍ଷରୁ ଗିରିଜା ରାଉତ ସର୍ବାଧିକ ୯୧ ରନ କରିଥିଲେ। ଜବାବରେ ଭୁବନେଶ୍ୱର-ଏ ୪୫ ଓଭରରେ ୯ ଉଇକେଟ ହରାଇ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲା।
ବାରବାଟୀ ଷ୍ଟାଡିୟମ: ଖୋର୍ଦ୍ଧା ଦଳ ୮୭ ରନରେ କଟକ-ବି’କୁ ହରାଇଲା। ଖୋର୍ଦ୍ଧା ଦଳ ନିର୍ଦ୍ଧାରିତ ୪୩ ଓଭରରେ ୨ ଉଇକେଟ ହରାଇ ୨୪୪ ରନ କରିଥିଲା। ଦଳ ପକ୍ଷରୁ ଜ୍ୟୋତି ବେହେରା ଶତକ (୧୨୪ ରନ) ହାସଲ କରିଥିଲେ। କଟକ-ବି ୩୫ ଓଭରରେ ୧୫୭ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା। ବିଜୟୀ ଦଳର ରୂପକ ଜେନା ୪ ଉଇକେଟ ହାସଲ କରିଥିଲେ।
ରେଭେନ୍ସା ଗ୍ରାଉଣ୍ଡ-୧: ସୁନ୍ଦରଗଡ଼ଠାରୁ ଭଦ୍ରକ ହାରିଲା। ଭଦ୍ରକ ୩୩.୪ ଓଭରରେ ମାତ୍ର ୮୬ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ବିପକ୍ଷ ଦଳର ଆଶିଷ ତିଓ୍ବାରୀ ମାତ୍ର ୧୧ ରନ ଦେଇ ୪ ଉଇକେଟ ହାସଲ କରିଥିଲେ। ସୁନ୍ଦରଗଡ଼ ଦଳ ୨୫.୫ ଓଭରରେ ୪ ଉଇକେଟ ହରାଇ ୮୯ ରନ ସଂଗ୍ରହ କରି ନେଇଥିଲା।
ରେଭେନ୍ସା ଗ୍ରାଉଣ୍ଡ-୨: ଗଞ୍ଜାମ ଦଳ ୩ ଉଇକେଟରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଛି। କେନ୍ଦ୍ରାପଡ଼ା ୪୦.୨ ଓଭରରେ ୧୩୭ ରନରେ ସମସ୍ତ ଉଇକେଟ ହରାଇଥିଲା। ବିପକ୍ଷ ଦଳର କେ. ଈଶ୍ୱର ପ୍ରସାଦ ୩୫ ରନଦେଇ ୫ ଉଇକେଟ ସଫଳତା ପାଇଥିଲେ। ଜବାବରେ ଗଞ୍ଜାମ ୩୨.୩ ଓଭରରେ ୭ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରି ନେଇଥିଲା। କେନ୍ଦ୍ରାପଡ଼ାର ସଞ୍ଜୀବ ସାହୁ ୪ ଉଇକେଟ ନେଇଥିଲେ।
ସନ୍‌ସାଇନ୍‌ ଗ୍ରାଉଣ୍ଡ: ପାରାଦୀପ ୭୧ ରନରେ ନୂଆପଡ଼ାକୁ ହରାଇଲା। ପାରାଦୀପ ଦଳ ୩୯.୩ ଓଭରରେ ୨୦୬ ରନକରି ସମସ୍ତ ଉଇକେଟ ହରାଇଥିଲା। ଦଳ ପକ୍ଷରୁ ସାସ୍ବତ ମହାନ୍ତି ସର୍ବାଧିକ ୬୩ ରନ କରିଥିବାବେଳେ ବିପକ୍ଷ ଦଳର ଆୟୂଷ୍ମାନ ଗୁପ୍ତା ୪ ଉଇକେଟ ନେଇଥିଲେ। ନୂଆପଡ଼ା ଦଳ ୪୦ ଓଭରରେ ୧୩୫ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା।
ଅଡ଼ଶପୁର ଗ୍ରାଉଣ୍ଡ: ଗଜପତି ୭୯ ରନରେ କନ୍ଧମାଳକୁ ପରାସ୍ତ କଲା। ଗଜପତି ଦଳ ୩୮ ଓଭରରେ ୮ ଉଇକେଟ ହରାଇ ୨୧୧ ରନ କରିଥିଲା। ଜ୍ୟୋତି ରଞ୍ଜନ ଦଳାଇ ସର୍ବାଧିକ ୯୦ ରନ କରିଥିଲେ। ଜବାବରେ କନ୍ଧମାଳ ୩୫.୪ ଓଭରରେ ୧୩୨ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା।

Share