‘ଏଲଏସଡି ୨’ର ରିଲିଜ ଡେଟ ଘୋଷଣା କଲେ ଏକତା

ମୁମ୍ବାଇ: ଏକତା କପୁର ଫିଲ୍ମ ଲଭ ସେକ୍ସ ଓ ଧୋକା ୨ର ଆନାଉନ୍ସମେଣ୍ଟ କରି ଦେଇଛନ୍ତି। ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି ଏହାର ରିଲିଜ ଡେଟ ସମ୍ପର୍କରେ ସୂଚନା ଦେଇଛନ୍ତି। ଏକତା ପୋଷ୍ଟର ସହିତ କହିଛନ୍ତି ଯେ ଫିଲ୍ମର କାହାଣୀ କାହାକୁ ଟାର୍ଗେଟ କରିବାକୁ ଯାଉଛି। ପୋଷ୍ଟରରୁ ଜଣାପଡୁଛି ଯେ ଏହି ମୁଭିଟି ସୋସିଆଲ ମିଡିଆ ଆଡିକସନ ଉପରେ ଘୁରି ବୁଲୁଥିବାର ଦେଖାଯିବ ଏବଂ ଏହା ସହ ଜଡିତ ପ୍ରସଙ୍ଗ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏକତା କପୁରଙ୍କ ଫିଲ୍ମ ଅକ୍ଷୟ କୁମାରଙ୍କ ଫିଲ୍ମ ସହିତ କ୍ଲାସ କରିବାକୁ ଯାଉଛି। ଏହି ଦୁଇଟି ମୁଭି ୧୬ ଫେବୃଆରୀ ୨୦୨୪ରେ ରିଲିଜ ହେବ ବୋଲି ସ୍ଥିର କରାଯାଇଛି।
ମୁଭିର ପୋଷ୍ଟର ଶେୟାର କରି ଏକତା ଲେଖିଛନ୍ତି – ଯେତେବେଳେ ତୁମର ଲାଇକ୍ସ ଏବଂ ରିପୋଷ୍ଟ ଅଛି ସେତେବେଳେ ଗୋଲାପ ଏବଂ ଚକୋଲେଟ ଦରକାର। କ୍ୟାମେରା ଯୁଗର ପ୍ରେମଠାରୁ ଆରମ୍ଭ କରି ଇଣ୍ଟରନେଟ ଯୁଗର ପ୍ରେମ ପର୍ଯ୍ୟନ୍ତ, ଏହି ଭାଲେଣ୍ଟାଇନ ୨୦୨୪ ଓ୍ବିକଏଣ୍ଡରେ ନିଜର ଜହର ବାଛନ୍ତୁ, ଲଭ, ସେକ୍ସ ଔର ଧୋଖା। ଏଲଏସଡି ୧୬ ଫେବୃୟାରୀ ୨୦୨୪ରେ ସିନେମାହଲରେ ରିଲିଜ ହେବାକୁ ଯାଉଛି।
ଏକତା କପୁରଙ୍କ ଏଲଏସଡି ୨ ଅକ୍ଷୟ କୁମାରଙ୍କ ଫିଲ୍ମ ସହିତ କ୍ଲାସ କରିବାକୁ ଯାଉଛି। ଅକ୍ଷୟ କୁମାର ତାମିଲ ମୁଭି ସୋରାରାଇ ପୋଟୁର ହିନ୍ଦୀ ରିମେକ ସହିତ ଆସୁଛନ୍ତି। ଯଦିଓ ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏବେ ଏହା ଦେଖିବାକୁ ପଡ଼ିବ ଯେ ଦୁଇଟି ଯାକ ମୁଭିର ରିଲିଜ ଡେଟକୁ କିଏ ପୋଷ୍ଟପୋନ କରୁଛନ୍ତି। କାରଣ ଦୁଇଟି ମୁଭିର ରିଲିଜ ଏକାସାଙ୍ଗରେ ହେଲେ ଉଭୟଙ୍କ କଲେକଶନ ଉପରେ ପ୍ରଭାବ ପଡିବ।

Share