ଅଲ୍ଟ ବାଲାଜୀରୁ ଇସ୍ତଫା ଦେଲେ ଏକତା କପୁର, ଶୋଭା

ମୁମ୍ବାଇ: ବଲିଉଡ ପ୍ରଯୋଜକ ଏକତା କପୁର ଏବଂ ତାଙ୍କ ମା’ ଶୋଭା କପୁର ଓଟିଟି ପ୍ଲାଟ୍‌ଫର୍ମ ଅଲ୍ଟ ବାଲାଜୀର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିବେକ କୋକା ଅଲ୍ଟ ବାଲାଜୀର ନୂତନ ମୁଖ୍ୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ।


ଏନେଇ ଏକତା କପୁର ତାଙ୍କ ବିବୃତ୍ତିରେ କହିଛନ୍ତି, ଆମେ ବିବେକ କୋକାଙ୍କୁ ଅଲ୍ଟ ବାଲାଜୀଙ୍କ ପରିବାରକୁ ସ୍ବାଗତ କରୁଛୁ। ଡିଜିଟାଲ ମନୋରଞ୍ଜନର ଭବିଷ୍ୟତ ଉପରେ ତାଙ୍କର ଦୃଷ୍ଟିକୋଣ ଏବଂ ପାରଦର୍ଶିତା ସହିତ ଅଲ୍ଟ ବାଲାଜୀକୁ ଆଗେଇ ନେବା ପାଇଁ ଏହା ଉପଯୁକ୍ତ ପଦକ୍ଷେପ, ଯାହା ଏହାର ପରବର୍ତ୍ତୀ ଅଭିବୃଦ୍ଧି ଏବଂ ସଫଳତା ପାଇଁ ଆଗେଇ ଆସିବ। କମ୍ପାନୀର ଦୈନନ୍ଦିନ କାର୍ଯ୍ୟ ବର୍ତ୍ତମାନ ଗ୍ରହଣ କରିବ। ଦଳ ପରିଚାଳନା କରିବ। ଅନ୍ୟ ଉଦ୍ୟୋଗ ଉପରେ ଧ୍ୟାନ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଅଲ୍ଟ ବାଲାଜୀରେ ‘ଗନ୍ଦି ବାତ୍‌’, ‘ବ୍ରେକ୍‌ ବଟ୍‌ ବ୍ୟୁଟିଫୁଲ୍‌’ ଏବଂ ‘କ୍ରାସ’ ପରି ଶୋ’ ଷ୍ଟ୍ରିମ୍‌ ହୋଇସାରିଛି। ଯଦିଓ ଏହି ସମସ୍ତ ଶୋ ଜୀ-୫ ସହଭାଗିତାରେ ହୋଇଛି। ଯାହାଫଳରେ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚି ହେବ। ଅଭିନେତା ଜିତେନ୍ଦ୍ରଙ୍କ ଝିଅ ଏକତା କପୁର ଭାରତୀୟ ଟେଲିଭିଜନ ଇତିହାସରେ ‘ନାଗିନ’, ‘କ୍ୟୁଁ କି ଶାଶ୍‌ ଭୀ କଭି ବୋହୂ ଥୀ’, ‘ୟେ ହୈ ମହବତ୍‌’ ଏବଂ ‘କୁଣ୍ଡ୍‌ଲି ଭାଗ୍ୟ’ଭଳି ଲୋକପ୍ରିୟ ଶୋ ପ୍ରସ୍ତୁତ କରିଛନ୍ତି।

Share