ଏକତା କପୁରଙ୍କ ଏହି ଅଭିନେତ୍ରୀ କରିବେ ବିବାହ; ନିର୍ବନ୍ଧ ପରେ କହିଲେ ‘ଅପେକ୍ଷା କରିବା କଷ୍ଟ’

ବମ୍ବେ: ମନ ଚାହୁଁଥିବା ଜୀବନସାଥୀ ମିଳିଗଲେ ଖୁସିରେ ଆତ୍ମହରା ହୋଇଯିବା ସାଧାରଣ କଥା। ସେଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ଶିରିନ ମିର୍ଜାଙ୍କ କ୍ଷେତ୍ରରେ। ଇତିମଧ୍ୟରେ ସେ ପ୍ରେମିକ ହସନ ସରତାଜଙ୍କ ସହ ନିର୍ବନ୍ଧ କରିନେଇଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି।

୨୦୨୧ ଫେବୃୟାରୀରେ ହସନ ଶିରିନଙ୍କୁ ପ୍ରପୋଜ କରିଥିଲେ। ସେତେବେଳେ ଶିରିନ କହିଥିଲେ, ହଁ କହିବା ସହଜ ନ ଥିଲା। ହେଲେ ଏବେ ମୁଁ ତାଙ୍କ ସହ ଆଗାମୀ ରାସ୍ତାରେ ଚାଲିବାକୁ ଅପେକ୍ଷା କରିପାରିବି ନାହିଁ। ଶେଷ ନ ଥିବା ଏକ ଅଧ୍ୟାୟକୁ ଆରମ୍ଭ କରିବାକୁ ଅପେକ୍ଷା କରିଛି ବୋଲି ସେ କହିଥିଲେ।

କହିରଖୁଛୁ, ଏକତା କପୁରଙ୍କ ଟେଲି ଧାରାବାହିକ ‘ୟେ ହେ ମୋହବତେ’ରେ ଶିରିନ ଦିବ୍ୟଙ୍କା ତ୍ରିପାଠୀଙ୍କ ନଣନ୍ଦ ସିମ୍ମିଙ୍କ ଭୂମିକାରେ ନଜର ଆସିଥିଲେ। ଏଥିରେ ତାଙ୍କୁ ବେଶ ପସନ୍ଦ କରାଯାଇଥିଲା।

Share