ପେରୁରେ ଏଲ ନିନୋ ସଙ୍କଟ: ଡେଙ୍ଗୁରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ, ୨୦୦ ମୃତ…

ଲିମା,୧୨।୬ : ଦକ୍ଷିଣ ଆମେରିକାର ଦେଶ ପେରୁରେ ଏଲ ନିନୋ ସଙ୍କଟ ଦେଖାଦେଇଛି। ଏଠାରେ ବହୁ ଲୋକ ଡେଙ୍ଗୁ ଆକ୍ରାନ୍ତ ହୋଇଛି। ପେରୁରେ ଡେଙ୍ଗୁ ରୋଗର ରେକର୍ଡ ରିପୋର୍ଟ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ପେରୁରେ ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷରୁ ଅଧିକ ଡେଙ୍ଗୁ ରୋଗ ପଞ୍ଜିକୃତ ହୋଇଥିବାବେଳେ ୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ପେରୁର ସାମ୍ପ୍ରତିକ ପରିସ୍ଥିତି ପାଇଁ ଏଲ ନିନୋ ଦାୟୀ ବୋଲି କୁହାଯାଉଛି। କାରଣ ଏଲ ନିନୋ ଜଳବାୟୁ ଘଟଣା ଯୋଗୁ ପ୍ରବଳ ବର୍ଷା ଏବଂ ମଶାବଂଶ ବୃଦ୍ଧି ପାଇଛି। ଏହି କାରଣରୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।

ପେରୁର ଉତ୍ତର ଭାଗରେ ଡେଙ୍ଗୁ ଯୋଗୁଁ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିଲା। ଅଧିକ ଆକ୍ରାନ୍ତଙ୍କ ଯୋଗୁ ଡାକ୍ତରଖାନାଗୁଡ଼ିକରେ ଚାପ ପଡୁଛି।
ଏହି ସମୟରେ ସ୍ବାସ୍ଥ୍ୟ ଅଧିକାରୀମାନେ ଦେଶବାସୀଙ୍କୁ ଖୋଲା ପାତ୍ରରେ ପାଣି ନ ରଖିବାକୁ ପରାମର୍ଶ ଦେଇଛନ୍ତି। ମଶାବଂଶ ବୃଦ୍ଧି ହେଉଥିବା ସ୍ଥାନଗୁଡିକ ହଟାଇବାରେ ଆମକୁ ସାହାଯ୍ୟ କରନ୍ତୁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରୋସା ଗୁଟିରେଜ କହିଛନ୍ତି।

Share