ସାନ ଭାଇର କଟୁରୀ ଚୋଟରେ ବଡ ଭାଇଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ,୧୩।୬(ଡି.ଏନ୍‌.ଏ.): ସାନ ଭାଇର କଟୁରୀ ଚୋଟରେ ବଡ ଭାଇଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମରେ । ମୃତକ ହେଲେ ଅନୁପମ ବେହେରା (୪୧ ) । ପାରିବାରିକ ସମସ୍ୟା ନେଇ ଗତ ରାତିରେ ଦୁଇ ଭାଇଙ୍କ ଭିତରେ କଳହ ହେଇଥିଲା । ମଙ୍ଗଳବାର ସକାଳୁ ସାନ ଭାଇ ଏକ ଧାରୁଆ କଟୁରୀରେ ବଡ ଭାଇଙ୍କୁ ଆକ୍ରମଣ କରି ତାଙ୍କ ମୁହଁ ଓ ବେକରେ ଚୋଟ ଉପରେ ଚୋଟ ମାରିଥିଲେ । ଘଟଣା ସ୍ଥଳରେ ବଡ଼ ଭାଇ ଅନୁପଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାରୀ ସାନ ଭାଇ ସନାତନ ବେହେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପଟ୍ଟାମୁଣ୍ଡାଇ ପୋଲିସ କେସ ନଂ-୩୫୮/୨୦୨୩ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ଦିନ ପ୍ରାୟ ସାଢେ ୧୨ଟରେ ଆସାମୀ ସନାତନକୁ ଖରିପାଳ ନିକଟରୁ ଗିରଫ କରିଛି ।

Share