ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ଢେଙ୍କାନାଳ ଅଫିସ,୨୮।୬: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ବମ୍ପା ଗ୍ରାମରେ ମଙ୍ଗଳବାର ଭୋରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶରତ ପଲେଇ(୬୮) ।
ମିଳିଥିବା ସୂଚନା ମୁତାବକ, ଶରତ ମଙ୍ଗଳବାର ଭୋର ସମୟରେ ବାଡ଼ିପଟକୁ ଶୌଚ ପାଇଁ ଯାଇଥିଲେ। ସେତିକିବେଳେ ସେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଫଳରେ ଶରତଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ହିନ୍ଦୋଳ ରେଞ୍ଜର ଲୋହିତ ରଥ ବନ କର୍ମଚାରୀଙ୍କ ସହ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଥିଲେ। ଅନ୍ୟପକ୍ଷେ ଅଞ୍ଚଳରେ ବାରମ୍ବାର ହାତୀ ମଣିଷଙ୍କୁ ଆକ୍ରମଣ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Share