Advertisement

ରାସ୍ତାରେ କାମୁଡ଼ିଲେ ମହୁମାଛି

ବୌଦ୍ଧ,୧୯ା୩(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଡିଗିସିରାରେ ରବିବାର ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଡିଗିସିରାର ଭଗବାନ ପ୍ରଧାନ(୬୦)।

ମିଳିଥିବା ସୂଚନା ମୁତାବକ, ଭଗବାନ ରାସ୍ତାରେ ବୁଲାବୁଲି କରୁଥିବା ବେଳେ ଘର ପାଖ ଗଛରେ ଥିବା ମହୁମାଛି ଉଡି ଆସି ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ । ଖବର ପାଇ ହରଭଙ୍ଗା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାପରେ ସେ ସୁସ୍ଥ ଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share