ଦିଗପହଣ୍ଡି,୧୭।୧୦(ବ୍ୟୁରୋ): ଗଞ୍ଜାମ ଜିଲା ବିଷାକ୍ତ ସାପ କାମୁଡାରେ ସୋମବାର ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି। ସେ ହେଲେ କଇଠଡା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମର ଏ.ସାକିଲି ପାତ୍ର(୫୮)। ଘଟଣାସ୍ଥଳରୁ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ ମେଡିକାଲ ପଠେଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ସୋମବାର ପବିତ୍ର ଗର୍ଭଣା ସଂକ୍ରାନ୍ତି ଥିବା ବେଳେ ଏ.ସାକିଲି ପାତ୍ର ଗ୍ରାମ ନିକଟରେ ଥିବା ନିଜ ବିଲକୁ ପୂର୍ବାହ୍ନରେ ପୂଜା କରିବାକୁ ଯାଇଥିଲେ। ସେତିକି ବେଳେ ଏକ ବିଶାକ୍ତ ସାପ ଆସି ଗୋଡକୁ କାମୁଡି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଏ .ସାକିଲି ପାତ୍ର ଗୁରୁତର ହୋଇପଡିଥିଲେ।