Categories: ଜାତୀୟ

ବୋହୂଙ୍କୁ ଜାଣିଶୁଣି ମାଡ଼ି ବସିଲେ କରୋନା ଆକ୍ରାନ୍ତ ଶାଶୁ

ହାଇଦ୍ରାବାଦ,୬।୬ : କୋଭିଡ୍‌-୧୯ରେ ଆକ୍ରାନ୍ତ ହେବା ପରେ ଜଣେ ବୃଦ୍ଧା ଘରେ ଆଇସୋଲେଶନରେ ରହି ରହି ବିରକ୍ତ ହୋଇଯାଇଥିଲେ। ନିୟମ ଅନୁସାରେ ସମାଜିକ ଦୂରତା ପାଳନ କରି ଦୂରରୁ ଖାଇବାକୁ ଦେଉଥିଲା ବୋହୂ। ଏପରି କି ମହିଳାଙ୍କ ପାଖକୁ ଛାଡ଼ୁ ନ ଥିଲେ ଛୁଆଙ୍କୁ। ଏହା ଶାଶୁଙ୍କ ଆତ୍ମ ସମ୍ମାନକୁ ଖୁବ୍‌ ବାଧିଥିଲା। ଏଣୁ ବୋହୂକୁ ସଂକ୍ରମିତ କରିବା ପାଇଁ ବଳ ପୂର୍ବକ ମାଡ଼ି ବସିଥିଲେ। ଏତିକିରେ ଥମି ନ ଥିଲା, ଶାଶୁଙ୍କ ରାଗ। ସଂକ୍ରମିତ କରିବା ପରେ ଘରୁ ତଡ଼ିଦେଇଥିଲେ ବୋହୂ ଓ ଦୁଇ ନାତିଙ୍କୁ। ଏଭଳି ଘଟଣା ସାମ୍ନାକୁ ଆସିଛି ତେଲଙ୍ଗାନାର ରାଜାନା ସିରିକିଲା ଜିଲାର ଥିମାପୁର ଗ୍ରାମରୁ।

୨୦ ବର୍ଷୀୟା ବୋହୂଙ୍କ ସମେତ ୨ ନାତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଘଟଣା ପରେ ମହିଳାଙ୍କ ବିରୋଧରେ ସ୍ଥାନୀୟ ଅଧିକାରୀଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୋହୂଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ।

Share