କେନ୍ଦୁଝର,୨ା୩(ସ୍ବ.ପ୍ର.): ସଦର ବ୍ଲକ ବାଉରୀପଦା ପଞ୍ଚାୟତର ୪ ନମ୍ବର ଓ୍ବାର୍ଡର ଭୋଟରମାନେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚିତ ଓ୍ବାର୍ଡମେମ୍ବର ଇନ୍ଦୁମତୀ ମହାନ୍ତଙ୍କ ତିନୋଟି ସନ୍ତାନ ଅଛନ୍ତି। ଏଣୁ ଏନେଇ ତଦନ୍ତ କରି ତାଙ୍କ ନିର୍ବାଚିତ ପଦକୁ ରଦ୍ଦ କରିବାକୁ ଦାବି ହୋଇଛି। ତାଙ୍କର ତୃତୀୟ ସନ୍ତାନ ଲୁଶେଷ କୁମାର ମହାନ୍ତ ୩୧ ଡିସେମ୍ବର ୧୯୯୫ରେ ଜନ୍ମ ଗ୍ରହଣ କରିଥିଲେ ଯାହାକୁ ସେ ଲୁଚାଇଛନ୍ତି। ଏଣୁ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୯୪ର ଧାରା ୨୫ ଅନୁଯାୟୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟଙ୍କଧର ମହାନ୍ତ, ଭାସ୍କର ମହାନ୍ତ, ପ୍ରଦୀପ କୁମାର ମହାନ୍ତ, ପରମେଶ୍ୱର ମହାନ୍ତ, ନିହାର ରଞ୍ଜନ ମହାନ୍ତ ସମେତ ଅନ୍ୟମାନେ ବୁଧବାର ଜିଲାପାଳଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି।