ପାଟଣା,୨୩ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଓ ସାହାରପଡ଼ା ବ୍ଲକ ଉପାଧ୍ୟକ୍ଷା ପଦବୀ ଅଣସଂରକ୍ଷିତ ରହିଛି। ବୁଧବାର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପାଟଣା ବ୍ଲକ ଉପାଧ୍ୟକ୍ଷା ଭାବେ ସରାସକଳା ସମିତିସଭ୍ୟା ବୀଣାପାଣି ନାୟକ ଏକମାତ୍ର ପ୍ରାର୍ଥୀଭାବେ ପ୍ରାର୍ଥିପତ୍ର ଦାଖଲ କରି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ସାହାରପଡ଼ା ବ୍ଲକ ଉପଧ୍ୟକ୍ଷା ଭାବେ ରାଇଡିହା ପଞ୍ଚାୟତର ଛବିରଣୀ ସେଠୀ ପ୍ରାର୍ଥିପତ୍ର ଦାଖଲ କରି ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପାଟଣା ବ୍ଲକରେ ନିର୍ବାଚନ ଅଧିକାରୀ ଭାବେ ପ୍ରତିଭା ପୃଷ୍ଟି ଓ ଜିପିଓ ରଶ୍ମୀରେଖା ମହାନ୍ତି ନିର୍ବାଚନ ପରିଚାଳନା କରିଥିଲେ।