Posted inଜାତୀୟ

କଂଗ୍ରେସ ପାଇଁ ଦ୍ୱିତୀୟ ‘ଛତିଶଗଡ଼’ ସାବ୍ୟସ୍ତ ହେଲା ହରିୟାଣା, ଅଙ୍କ ବିଗାଡ଼ିଦେଲା ଏସବୁ କାରଣ…

ଚଣ୍ଡିଗଡ଼,୮।୧୦: ହରିୟାଣା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଲଗାତର ତୃତୀୟ ଥର ଲାଗି ଭାଜପା ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଜିତିବାର ଆଶା ରଖିଥିଲା। ଲୋକ ସଭା ନିର୍ବାଚନ ପରେ ଭାଜପା ସରକାର ଏବଂ ନାୟବ ସିଂ ସାଇନି ସରକାରଙ୍କ ବିପକ୍ଷରେ ବିରୋଧର ଲହର ଦେଖାଦେଇଥିଲା। ହେଲେ ସବୁକିଛିକୁ ପଛରେ ପକାଇ ଭାଜପା ପୁଣିଥରେ ରେକର୍ଡ କରିବାକୁ ଯାଉଛି। ଫଳରେ ନାୟବ ସିଂ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ। ଏମିତିରେ ଆମେ କଂଗ୍ରେସର ପରାଜୟ ପଛର ବଡ଼ କାରଣ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ:-

-ଦଳରେ ଆଭ୍ୟନ୍ତରୀଣ ଗୋଷ୍ଠୀ:
ହରିୟାଣାରେ କଂଗ୍ରେସ ହାରିବାର ବଡ଼ କାରଣ ଦଳରେ ଆଭ୍ୟନ୍ତରୀଣ ମେଣ୍ଟ ବୋଲି କୁହାଯାଉଛି। କାରଣ ରାଜ୍ୟର ବଡ଼ ନେତା ଭୂପିନ୍ଦର ସିଂ ହୁଡ୍ଡା, କମାରୀ ଶୈଲଜା, ରଣଦୀପ ସୁରଜଓ୍ବୋଲା ପ୍ରମୁଖଙ୍କ ନିଜ ନିଜର ଗୋଷ୍ଠୀ ରହିଛି। ସେମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ନିର୍ବାଚନ ସମୟରେ ସମସ୍ତେ ନିଜ ଛବି ମଜଭୂତ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ଟିମ୍‌ ଓ୍ବାର୍କର ଆବଶ୍ୟକତା ଥିଲେ ଏମାନେ ସମସ୍ତେ ଗୋଡ଼ଟଣାରେ ଲାଗିପଡ଼ିଥିଲେ।

ଜିତିବାକୁ ନେଇ ଅଧିକ ଆତ୍ମବିଶ୍ୱାସ ପଡ଼ିଲା ମହଙ୍ଗା:
ହରିୟାଣାରେ କଂଗ୍ରେସର ପରାଜୟର ବଡ଼ କାରଣ ଅତି ଆତ୍ମବିଶ୍ୱାସ ଅଟେ। କାରଣ ନେତାଙ୍କଠାରୁ ଆରମ୍ଭ କରି କର୍ମୀ ନିର୍ବାଚନରେ ଜିତିବା ନିଶ୍ଚିତ ବୋଲି ଭାବି ନେଇଥିଲେ। ଏଥିନେଇ ସେମାନେ ଚ୍ୟାଲେଞ୍ଜଗୁଡ଼ିକୁ ଅଣଦେଖା କରିଥିଲେ। ଅପରପକ୍ଷେ ଲୋକ ସଭା ନିର୍ବାଚନରେ ମିଳିଥିବା ଝଟ୍‌କାକୁ ନେଇ ଭାଜପା ଭୁଲ ସୁଧାରୀ ଥିଲା। ଏହାକୁ ନେଇ ଦଳକୁ ଲାଭ ମିଳିଛି। ରାହୁଲ ଗାନ୍ଧୀ ନିର୍ବାଚନରେ ମୋଦିଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ଦେଇଥିବା କହୁଥିବା ବୟାନରେ ଅଭିମାନ ନଜର ଆସିଥିଲା। ଛତିଶଗଡ଼ରେ ମଧ୍ୟ କଂଗ୍ରେସ ସହ ସମାନ ହୋଇଥିଲା। ସେତେବେଳେ କଂଗ୍ରେସର ଭୂପେଶ ବଘେଲ ନିର୍ବାଚନ ଜିତୁଥିବା ଆଶା କରାଯାଉଥିଲା। ହେଲେ ସବୁକିଛି ଓଲଟପାଲଟ୍‌ ହୋଇଯାଇଥିଲା।

ଦଳିତ ଏବଂ ଜାଟ୍‌ ଭୋଟ ବ୍ୟାଙ୍କ ଏପଟସେପଟ ହେବା:
ଲୋକ ସଭା ନିର୍ବାଚନରେ କଂଗ୍ରେସ ହରିୟାଣାରେ ୧୦ରୁ ୫ ଆସନରେ ବିଜେତା ହୋଇଥିଲା। ଏହା ପଛରେ ଦଳିତ ଏବଂ ଜାଟ୍‌ ଭୋଟରଙ୍କ ଏକଜୁଟତା ରହିଥିଲା। ହେଲେ ଏଥର ଦଳିତମାନଙ୍କ ମଧ୍ୟରେ ଫାଟ ଦେଖାଯାଇଥିଲା। ନିର୍ବାଚନରେ ଇନେଲୋଙ୍କୁ ସହ ଭାଜପା ଏବଂ ଜେଜେପି ସହ ଚନ୍ଦ୍ରଶେଖର ଆଜାଦଙ୍କ ଦଳ ରହିଥିଲା। ଦଳିତ ଭୋଟ ଏହି ଦୁଇ ଦଳ ସହ ଆସିବା ଯୋଗୁ କଂଗ୍ରେସର ଭୋଟ ବ୍ୟାଙ୍କ ଦୁର୍ବଳ ହୋଇଥିଲା। ଅପରପକ୍ଷେ ଭାଜପା ନିଜ ରଣନୀତିରେ ଆଗକୁ ବଢ଼ି ଲାଭବାନ ହୋଇଛି।

ମୁଖ୍ୟମନ୍ତ୍ରୀ ଚେହେରା ନ ଥିବା ପରାଜୟର କାରଣ:
କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରା ନ ଯିବା ହରିୟାଣାରେ ପରାଜୟର ଅନ୍ୟତମ କାରଣ ପାଲଟିଛି। କାରଣ ଏହି ପଦ ଲାଗି ଅନେକ ନେତା ଥିଲେ। ଏହାଦ୍ୱାରା ଭୋଟର୍‌ ଏବଂ କଂଗ୍ରେସ ସମର୍ଥକ ଏକଜୁଟ ହୋଇପାରି ନ ଥିଲେ। ଭାଜପା କିନ୍ତୁ ନାୟବ ସିଂଙ୍କ ସହ ଯାଇଥିଲା। ରାଜ୍ୟର ନିର୍ବାଚନକୁ ରାହୁଲ ମଧ୍ୟ ହାଲୁକା ଭାବେ ନେଇଥିଲେ। ସେ ବିଳମ୍ବରେ ପ୍ରଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri