Categories: ଜାତୀୟ

ଆଗୁଆ ନିର୍ବାଚନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୋଦି

ପଣଜୀ, ୨୨ା୬(ପି.ଟି.): ୨୦୨୪ ପୂର୍ବରୁ ଦେଶରେ ଆଗୁଆ ସାଧାରଣ ନିର୍ବାଚନ ହେବା ନେଇ ଚାଲିଥିବା ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବୁଧବାର ଗୋଆରେ ଜି୨୦ ପର୍ଯ୍ୟଟନ ମନ୍ତ୍ରୀସ୍ତରୀୟ ବୈଠକର ଉଦ୍‌ଘାଟନ ଅଧିବେଶନରେ ମୋଦିଙ୍କ ରେକର୍ଡ ହୋଇଥିବା ବାର୍ତ୍ତା ପରିବେଷଣ କରାଯାଇଥିଲା। ଏଥିରେ ଉପରୋକ୍ତ ବିଷୟ ଜଣାପଡ଼ିଛି। ମୋଦି କହିଛନ୍ତି ଯେ, ଭାରତରେ ଆସନ୍ତା ବର୍ଷ ଗଣତନ୍ତ୍ର ପର୍ବ ତଥା ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଜନସାଧାରଣ ଭାଗ ନେବେ। ‘ଗଣତନ୍ତ୍ରର ଉତ୍ସବ’ ଦେଖିବା ପାଇଁ ଭାରତ ଆସିବାକୁ ମୋଦି ଜି୨୦ ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରିବା ଅବସରରେ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନ କରିବାରେ ପର୍ଯ୍ୟଟନର ସାମର୍ଥ୍ୟ ରହିଛି। ଆତଙ୍କବାଦ ବିଭାଜନ କରୁଥିବାବେଳେ ପର୍ଯ୍ୟଟନ ଏକତା ସୃଷ୍ଟି କରିଥାଏ। ୨୦୨୪ରେ ଭାରତର ପରବର୍ତ୍ତୀ ପିଢ଼ି ନିର୍ବାଚନ ହେବାକୁ ଯାଉଛି। ଗଣତନ୍ତ୍ରର ଜନନୀ ଭାରତରେ ଗଣତନ୍ତ୍ରର ଉତ୍ସବକୁ ଉପଭୋଗ କରିବାକୁ ପ୍ରଧାନମନ୍ତ୍ରୀ ଜି୨୦ ପ୍ରତିନିଧିମାନଙ୍କୁ କହିଛନ୍ତି।

Share