ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ନିର୍ବାଚନ ପ୍ରଚାର କରିଛନ୍ତି।

ବିଜେଡି କର୍ମୀ ରବୀନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅଭିମନ୍ୟୁ ଭୋଟରଙ୍କୁ ଭେଟି ଉଭୟ ଲୋକସଭା ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ। ପ୍ରଚାର ସମୟରେ ଗ୍ରାମବାସୀ ଅଭିମନ୍ୟୁଙ୍କ ସହ କେକ୍‌ କାଟି ଖୁସି ମନାଇ ଥିଲେ। ଏଥିସହ ବିଭିନ୍ନ ସ୍ଥାନରେ ମହିଳାମାନେ ଅଭିମନ୍ୟୁଙ୍କୁ ବନ୍ଦାପନା କରି ସ୍ବାଗତ କରିଥିଲେ।

ଏହି ଅବସରରେ ଏକ ବିଶାଳ ବାଇକ୍‌ ରାଲି କରାଯାଇଥିଲା। ଭୋଟରଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିକୁ ବିଜୟୀ କରିବାକୁ ଦଳୀୟ କର୍ମକର୍ତ୍ତା ନିବେଦନ କରିଥିଲେ।