Categories: ଜାତୀୟ

ବୁଧବାର ଜଳନ୍ଧର ଉପନିର୍ବାଚନ: ସ୍କୁଲ, କଲେଜ ଛୁଟି ଘୋଷଣା

ଜଳନ୍ଧର,୯।୫: ଜଳନ୍ଧର ଲୋକ ସଭା ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ସୋମବାର ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ବର୍ତ୍ତମାନ କେବଳ ୪ ଜଣଙ୍କ ସହିତ ଡୋର ଟୁ ଡୋର ପ୍ରଚାର କରାଯାଇପାରିବ। ୧୦ ତାରିଖରେ ମତଦାନ ହେବାକୁ ଥିବା ବେଳେ ଭୋଟ ଦେବା ପାଇଁ ଯେକୌଣସି ଆଇଡି ପ୍ରମାଣ ବ୍ୟବହାର କରାଯାଇପାରିବ। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ମଙ୍ଗବଳାର ଏବଂ ବୁଧବାର ସ୍କୁଲ ଓ କଲେଜଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଛି। ଏହା ବ୍ୟତୀତ ସ୍କୁଲ ଏବଂ କଲେଜଗୁଡ଼ିକରେ ହେବାକୁ ଥିବା ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ଏପରିକି ସୋମବାର ସା ୬ଟାରୁ ମଦ ବିକ୍ରି ଉପରେ ମଧ୍ୟ ବାରଣ କରାଯାଇଥିଲା।

Share