ନିଆରା ଢଙ୍ଗରେ ଭୋଟ୍‌ ପ୍ରଚାର

ଯାଜପୁର ଟାଉନ,୨୪ା୧(ଡି.ଏନ.ଏ.): ଯାଜପୁର ବ୍ଲକ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ ପ୍ରଚାର ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀପ୍ରାର୍ଥିନୀ ଘରଘର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି।
ତେବେ ବ୍ଲକ ଅଧୀନ ଏରବାଙ୍କ ପଞ୍ଚାୟତରେ ନିଆରା ଢଙ୍ଗର ପ୍ରଚାର ଦେଖିବାକୁ ମିଳିଛି। ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ରେଖା ମଲ୍ଲିକ ଓ ସମିତିସଭ୍ୟା ପ୍ରାର୍ଥତ୍ନୀ ସସ୍ମିତା ସେଠୀ ଘରଘର ବୁଲି ଲୋକଙ୍କୁ ଭୋଟ୍‌ ଭିକ୍ଷା କରୁଛନ୍ତି। ସେମାନେ ଗୁରୁଜନମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି। ଏଥିସହିତ ପଞ୍ଚାୟତରେ ଥିବା ସମସ୍ୟା ସମାଧାନ କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। ଏହି ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ପଛାଇଥିବାରୁ ଉଭୟ ନିର୍ବାଚିତ ହେଲେ ତାହାକୁ ପୂରଣ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ସରପଞ୍ଚ ପ୍ରାର୍ଥିନୀ ରେଖା ଓ ସମିତିସଭ୍ୟ ପ୍ରାର୍ଥତ୍ନୀ ସସ୍ମିତାଙ୍କୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ଭବପ୍ରସାଦ ଦାସଙ୍କ ଉପସ୍ଥିତିରେ ବିଜେଡି ସମର୍ଥିତ ପ୍ରାର୍ଥତ୍ନୀ ଭାବେ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ। ସେହିପରି ପଞ୍ଚାୟତର ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ପ୍ରଚାରକୁ ଜୋରଦାର କରିଥିବା ଦେଖାଯାଇଛି।

Share