୭ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଜୋର୍‌ଦାର

ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): ବୁଧବାର ୭ଟି ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଜୋର୍‌ଦାର କରିଛି ବିଜେଡି। ପ୍ରଥମେ କର୍ମୀମାନେ ବିଦ୍ୟାଧରପୁର ବଜାରଠାରେ ଏକଜୁଟ୍‌ ହୋଇଥିଲେ। ପରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ସମର୍ଥକଙ୍କ ସହ ହଦଗଡ଼, ବାଲିବରେଇ, ବାଙ୍ଗୋର,ସୋସୋ, କେ. ବାଲିପାଳ, ପଢ଼ିଆରିପଲ୍ଲୀ, ଧନୁର୍ଜୟପୁର ପ୍ରମୁଖ ୩୪ନଂ ଜୋନ୍‌ ଅଧୀନ ୭ଟି ପଞ୍ଚାୟତରେ ଏକ ବାଇକ୍‌ ରାଲି ସହ ଚାଲି ଚାଲି ନିର୍ବାଚନୀ ପ୍ରଚାର କରାଯାଇଥିଲା।୧ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟକ ବାଇକ୍‌ ରାଲି କରି ସମର୍ଥକଙ୍କ ଗହଣରେ ପ୍ରଚାରକୁ ଜୋର୍‌ଦାର କରିଥିଲେ। ବିଜେଡି ସରକାରର ବିକାଶ ସ୍ଲୋଗାନ ଦେଇ ଡବଲ ଶଙ୍ଖଚିହ୍ନରେ ଭୋଟ୍‌ ଦେବାକୁ ଅଭିମନ୍ୟୁ ଏବଂ ସମର୍ଥକମାନେ ପ୍ରଚାର ଜରିଆରେ ନିବେଦନ କରିଥିଲେ। ରବୀନ୍ଦ୍ର ନାୟକ ଅମରେନ୍ଦ୍ର ଧଳ, ବସନ୍ତ ପଢ଼ିଆରୀ, ଫେତୁ ପଣ୍ଡା, ଅଙ୍କିତା ପଢ଼ିଆରୀ, ସୋମନାଥ ଦାସ, ରାଜେନ୍ଦ୍ର ପାତ୍ର, ଚିନୁ ପେଡ଼ା, ଚିନ୍ମୟ ନାୟକ, ଅଜିତ ରାଉତ, ଶରତ ପଧୁରିଆ,ସତୁରା ପାତ୍ର, ଅଭିମନ୍ୟୁ ନାଇକ, ନରେନ୍ଦ୍ର ରାଉତ, ଧବଳେଶ୍ୱର ପଟ୍ଟନାୟକ, ବିମ୍ବାଧର ବିଶ୍ୱାଳ ପ୍ରମୁଖଙ୍କ ସମେତ ବହୁସଂଖ୍ୟାରେ ବରିଷ୍ଠ କର୍ମୀ ଏବଂ ସମର୍ଥକମାନେ ପ୍ରଚାରରେ ସାମିଲ ହୋଇଥିଲେ। ସେହିପରି କଂଗ୍ରେସ ଏବଂ ଭାଜପା ତରଫରୁ ମଧ୍ୟ ବିଭିନ୍ନ ଅଞ୍ଚଳରେ ପ୍ରଚାର କରାଯାଇଛି।

Share