Categories: ଜାତୀୟ

୧୧୩ ବର୍ଷୀୟା ଜେଜେମାଙ୍କ ପାଇଁ ନାତିଙ୍କ ଭାଗ୍ୟ ବଦଳିଲା

କୁହାଯାଏ, ନିର୍ବାଚନରେ ଗୋଟିଏ ଭୋଟ ବି ମୂଲ୍ୟବାନ। କେହି ଗୋଟିଏ ଭୋଟ୍‌ରେ ରାଜା ହୋଇ ଯାଆନ୍ତି ତ ଆଉ କିଏ ହାରିଯାଆନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେରେ। ଜଣେ ଜେଜେମାଙ୍କର ଗୋଟିଏ ମାତ୍ର ଭୋଟ ତାଙ୍କ ନାତିଙ୍କୁ ଜିତାଇ ଦେଇଛି।


ମହାରାଷ୍ଟ୍ରର ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୁଣେର ମୂଲଶୀର ପ୍ରାର୍ଥୀ ବିଜୟ ସାଠେଙ୍କ ପାଇଁ ତାଙ୍କ ୧୧୩ ବର୍ଷୀୟା ଜେଜେମା ସରୁବାଇ ସାଠେ ଭୋଟ ଦେବା ପରେ ମୃତ୍ୟୁ ଘଟିଛି।

୧୮ ଜାନୁୟାରୀରେ ଭୋଟ ଗଣତି ପରେ ଜଣାପଡ଼ିଲା କି ବିଜୟ ଗୋଟିଏ ମାତ୍ର ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେ କହିଛନ୍ତି, ଯଦି ମୋ’ ଜେଜେମା ଏହି ଭୋଟ ଖଣ୍ଡିଏ ଦେଇ ନ ଥାନ୍ତେ ତେବେ ମୁଁ ନିର୍ବାଚନ ହାରିଥାନ୍ତି। ସେ କୁହନ୍ତି, ତାଙ୍କ ଜେଜେମା ଚାହୁଁଥିଲେ ନାତି ଗାଁ ପାଇଁ କିଛି ଭଲ କାମ କରନ୍ତୁ। ଏବେ ମୋତେ ସୁଯୋଗ ମିଳିଛି।

 

Share